ଦୀର୍ଘ ୧୨ ଘଣ୍ଟାର ଅପରେସନ ପରେ ଅପହୃତ ଜାହାଜରୁ ୨୩ ଜଣ ପାକିସ୍ତାନୀ ନାବିକଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ଭାରତୀୟ ନୌସେନା। ଇରାନର ଏକ ମାଛ ଧରା ଜାହାଜ ଅଲ କମ୍ବର ୭୮୬କୁ ଆରବ ସାଗରରେ ଜଳଦସ୍ୟୁ ଅପରହଣ କରିନେଇଥିଲେ। ଡକାୟତ ଦଳ ମାଛ ଧରା ଜାହାଜକୁ ନିଜ କବଜାକୁ ନେଇ ୨୩ ପାକିସ୍ତାନୀ ନାଗରିକଙ୍କୁ ବନ୍ଦୀ ରଖିଥିଲେ। ଏହାପରେ ଖବର ପାଇ ନୌସେନାର ସ୍ୱତନ୍ତ୍ର ଟିମ ଆଇଏନଏସ ସୁମେଧା ଜରିଆରେ ଅପରେସନ ଆରମ୍ଭ କରିଥିଲେ। ଏହାପରେ ନୌସେନାର ପରାକ୍ରମ ଆଗରେ ଆତ୍ମସମର୍ପଣ କରିଛନ୍ତି ସମୁଦ୍ର ଲୁଟେରା ।
ସୂଚନା ମୁତାବକ, ଆରବ ସାଗରରେ ଜଳଦସ୍ୟୁଙ୍କ କବଳରୁ ଅପହୃତ ଜାହାଜ ଏବଂ ଅପହୃତ ୨୩ ଜଣ ପାକିସ୍ତାନୀ ନାବିକଙ୍କୁ ଉଦ୍ଧାର କରିଛି ଭାରତୀୟ ନୌସେନା। ଗତକାଲି ଇରାନର ଏକ ମାଛ ଧରା ଜାହାଜକୁ ଆରବ ସାଗରରେ ଜଳଦସ୍ୟୁ ଅପରହଣ କରିନେଇଥିଲେ । ଏପରିକି ସେଥିରେ ଥିବା ୨୩ଜଣ ନାବିକଙ୍କ ମଧ୍ୟ ପଣବନ୍ଦୀ ରଖିଥିଲେ। ତେବେ ଏ ନେଇ ସମସ୍ତ ତଥ୍ୟ ପାଇବା ପରେ ନୌସେନାର ସ୍ୱତନ୍ତ୍ର ଟିମ ଆଇଏନଏସ ସୁମେଧା ଏବଂ ଆଇଏନଏସ ତ୍ରିଶୁଲର ସହାୟତା ନେଇ ଅପରେସନ ଆରମ୍ଭ କରିଥିଲେ । ଏହାପରେ ଭାରତୀୟ ନୌସେନା ମାଛଧରା ଜାହାଜକୁ ଘେରି ଯାଇଥିଲା। ଏହାପରେ ଅପହୃତା ଜଳଦସ୍ୟୁମାନେ ନୌସେନାର ପରାକ୍ରମ ଆଗରେ ହାର ମାନିଥିଲେ। ଏପରିକି ସମସ୍ତ ଲୁଟେରା ମାନେ ମଧ୍ୟ ନୌସେନା ନିକଟରେ ଆତ୍ମସମର୍ପଣ କରିଛନ୍ତି। ତେବେ ସମସ୍ତ ଲୁଟେରାଙ୍କୁ ଗିରଫ କରି ସମସ୍ତ ଘଟଣା ବାବଦରେ ଅଧିକ ତଦନ୍ତ କରୁଛି ନୌସେନା।