ଆଜି ପ୍ରଦାନ କରାଯିବ ଭାରତ ରତ୍ନ khabar odisha :30/03/2024 Share story: ଆଜି ପ୍ରଦାନ କରାଯିବ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ । ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ଏହି ସମ୍ମାନ ପ୍ରଦାନ କରାଯିବ । ଏହି ସମାରୋହରେ ୫ ଜଣ ମହାନ ବ୍ୟକ୍ତିତ୍ୱଙ୍କୁ ଭାରତ ରତ୍ନ ପୁରଷ୍କାର ପ୍ରଦାନ କରାଯିବ । ତେବେ ଚଳିତ ବର୍ଷ କର୍ପୁରୀ ଠାକୁର , ଏମଏସ ସ୍ୱାମୀନାଥନ, ଚୈାଧୁରୀ ଚରଣ ସିଂହ , ପିଭି ନରସିଂହ ରାଓ ଓ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ପୁରଷ୍କାର ପ୍ରଦାନ କରାଯିବ । ବିଭିନ୍ନ ଦିଗରେ ଉଲ୍ଲେଖନୀୟ ଅବଦାନ ଯୋଗୁଁ ଏହି ମହାନ ବ୍ୟକ୍ତି ମାନଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନୀତ କରିବା ଲାଗି ସରକାର ଘୋଷଣା କରିଥିଲେ । ସୂଚନା ଅନୁସାରେ ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ ଥିବା ହେତୁ ତାଙ୍କୁ ତାଙ୍କ ବାସ ଭବନରେ ଭାରତ ରତ୍ନ ପ୍ରଦାନ କରାଯିବ । ଏହାସହ ଆଜି ରଷ୍ଟ୍ରପତି ଭବନରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର ସମାରୋହରେ କିଛି ଅତିଥି ଙ୍କୁ ନିମନ୍ତ୍ରଣ କରାଯାଇଛି । ଏଥିରେ ବିହାରର ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ କର୍ପୁରୀ ଠାକୁରଙ୍କ ପୁଅ ରାମନାଥ ଠାକୁର ଉପସ୍ଥିତ ରହି ନିଜ ପିତାଙ୍କ ସମ୍ମାନ ଗ୍ରହଣ କରିବେ ବୋଲି ଜଣାପଡିଛି । ଅଧିକ ପଢନ୍ତୁ :ଆହୁରି ବଢିବ ତାତି bharatratna india Henilprava Swain, Author, 30/03/2024