ସିଲିଗୁଡ଼ି/ବାଲୁରଘାଟ: ଭାରତୀୟ ସୀମାନ୍ତ ଅଞ୍ଚଳରେ ପଡ଼ୋଶୀ ବାଂଲାଦେଶ ଗୁପ୍ତଚର କରିବା ପାଇଁ କିନ୍ନରମାନଙ୍କୁ ପଠାଉଛି। ଗତ କିଛି ଦିନ ମଧ୍ୟରେ ବାଂଲାଦେଶରୁ ଭାରତୀୟ ସୀମାନ୍ତ ଅଞ୍ଚଳକୁ ଅନୁପ୍ରବେଶ କରୁଥିବା ଗୁପ୍ତଚରଙ୍କ ସଂଖ୍ୟା ବୃଦ୍ଧି ପାଇବା କେନ୍ଦ୍ର ଓ ରାଜ୍ୟ ତଦନ୍ତକାରୀ ଏଜେନ୍ସିମାନଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି କରିଛି। ଗୁପ୍ତଚର ଅନୁପ୍ରବେଶ ମାମଲା ବୃଦ୍ଧି ପାଇବା ସୁରକ୍ଷା ଏଜେନ୍ସିମାନଙ୍କ ପାଇଁ ଚିନ୍ତା ବଢ଼ାଇ ଦେଇଛି। ବିଶେଷ କରି ପଶ୍ଚିମବଙ୍ଗରେ ଦକ୍ଷିଣ ଦିନାଜପୁର ଜିଲ୍ଲା ଅନ୍ତର୍ଗତ ଭାରତ-ବାଂଲାଦେଶ ସୀମାନ୍ତ ଅଞ୍ଚଳରୁ ହିଜରା ଅନୁପ୍ରବେଶ ଘଟଣା ସାମ୍ନାକୁ ଆସୁଛି। ଗୋଟିଏ ପଟେ ସିଲ୍ ବିହୀନ ଅଞ୍ଚଳରେ ବାଂଲାଦେଶୀ ସୁରକ୍ଷା ବାହିନୀ ବିଜିବିର ବିରୋଧ ଯୋଗୁଁ ଭାରତୀୟ ସୁରକ୍ଷା ଏଜେନ୍ସିର ଚିନ୍ତା ବଢ଼ିଥିବା ବେଳେ ଅନ୍ୟପଟେ ଏହି ନୂଆ ମାମଲା ସେମାନଙ୍କୁ ଜାଗ୍ରତ ରଖିଛି। ବୁଧବାର ହିଜଡ଼ା ବିଜଲି ମଣ୍ଡଳ ଓରଫ ଅଲିମ୍ ମହମ୍ମଦଙ୍କୁ ଦକ୍ଷିଣ ଦିନାଜପୁର ଜିଲ୍ଲାରୁ ଗିରଫ କରାଯାଇଛି।
ନିକଟରେ ଭାରତ-ବାଂଲାଦେଶ ସୀମାରେ ପାଚେରୀ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ବର୍ଡର ଗାର୍ଡ ବାଂଲାଦେଶ (ବିଜିବି) ବିଭିନ୍ନ ସ୍ଥାନରେ ଆପତ୍ତି ଉଠାଇବା ଘଟଣା ପରେ ଉତ୍ତେଜନା ବଢ଼ିବାରେ ଲାଗିଛି। ମାଲଦା ଜିଲ୍ଲାର ବୈଷ୍ଣବନଗରର ସୁକଦେବପୁରରେ ଏହା ଆରମ୍ଭ ହୋଇଥିଲା, ଯେଉଁଠାରେ ବିଜିବିର ବିରୋଧ ଯୋଗୁଁ ଗତ ସପ୍ତାହରେ ବାଡ଼ କାମ ବନ୍ଦ କରିବାକୁ ପଡ଼ିଥିଲା।
ଏହାପରେ ବିଜିବି କୁଚବିହାର ଓ ଟିନ ବିଘା କରିଡର ତଥା ଦକ୍ଷିଣ ଦିନାଜପୁର ଜିଲ୍ଲାର ବାଲୁରଘାଟ ସୀମାରେ ବାଡ଼ ଲଗାଇବାରେ ବାଧା ସୃଷ୍ଟି କରିଥିଲା। ବାଂଲାଦେଶ ସହ ଅନ୍ତର୍ଜାତୀୟ ସୀମା ବଙ୍ଗଳାରେ ୨୨୧୬ କିଲୋମିଟର ବ୍ୟାପିଛି, ଯେଉଁଥିରୁ ୫୦ ପ୍ରତିଶତରୁ ଅଧିକ ବେଆଇନ ସୀମାପାର କାର୍ଯ୍ୟକଳାପ ପାଇଁ ସମ୍ବେଦନଶୀଳ। ବିଏସଏଫର ଦକ୍ଷିଣବଙ୍ଗ ସୀମାନ୍ତ ଦୃଷ୍ଟିରୁ ଏହାର ଦାୟିତ୍ୱରେ ଥିବା ୯୧୩ କିଲୋମିଟର ସୀମାର ମାତ୍ର ୪୦୦ କିଲୋମିଟରରୁ ଅଧିକ ଅଞ୍ଚଳରେ ବାଡ଼ ରହିଛି, ଯେଉଁଥିରେ ଦୁର୍ଗମ ସୁନ୍ଦରବନ ସମେତ ୨୦୦ କିଲୋମିଟରରୁ ଅଧିକ ନଦୀଅଞ୍ଚଳ ଅନ୍ତର୍ଭୁକ୍ତ।