ମୁମ୍ବାଇ: ବଲିଉଡ଼ର ବିଶିଷ୍ଟ ଅଭିନେତା ସୈଫ ଅଲି ଖାନ୍ଙ୍କୁ ଆକ୍ରମଣ କରାଯାଇଛି। ମୁମ୍ବାଇର ବାନ୍ଦ୍ରାସ୍ଥିତ ତାଙ୍କ ବାସଭବନରେ ଦୁର୍ବୃତ୍ତମାନେ ତାଙ୍କୁ ଛୁରାମାଡ଼ କରିଛନ୍ତି। ପାଖାପାଖି ୬ଥର ତାଙ୍କୁ ଛୁରୀରେ ଆକ୍ରମଣ କରାଯାଇଛି। ବିଳମ୍ବିତ ରାତ୍ରି ପ୍ରାୟ ୨ଟା ବେଳେ ଦୁର୍ବୃତ୍ତ ଘରେ ପଶି ତାଙ୍କୁ ଆକ୍ରମଣ କରିଥିବାର ସୂଚନା ମିଳୁଛି। ଅଭିନେତାଙ୍କୁ ଗୁରୁତର ଅବସ୍ଥାରେ ମୁମ୍ବାଇସ୍ଥିତ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନାମୁତାବକ ସୈଫ ଅଲି ଖାନଙ୍କ ବାସଭବନରେ ୩ ରୁ ୪ ଜଣ ଯୁବକ ଲୁଟ ଉଦ୍ଦେଶ୍ୟରେ ପଶିଥିଲେ। ସୈଫଙ୍କୁ ଆକ୍ରମଣ ସମୟରେ ଘରେ କରିନା କପୂର ଖାନ ଓ ତାଙ୍କ ୨ ପୁତ୍ର ମଧ୍ୟ ଉପସ୍ଥିତ ଥିଲେ। ଘରର ସମସ୍ତ ସଦସ୍ୟ ସୁରକ୍ଷିତ ଥିବା ଜଣା ପଡ଼ିଛି। ପ୍ରାଥମିକ ତଦନ୍ତ ଅନୁଯାୟୀ ଅଭିନେତାଙ୍କୁ ଗୁରୁବାର ରାତିରେ ଛୁରୀ ଦ୍ୱାରା ଲୁଟେରା ଆକ୍ରମଣ କରିଛନ୍ତି। ସୌଭାଗ୍ୟବଶତଃ କୌଣସି ଗୁରୁତର ଆଘାତ ଲାଗିନାହିଁ ଏବଂ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ପ୍ରକାଶ। ପୋଲିସ ବାନ୍ଦ୍ରାସ୍ଥିତ ବାସଭବନରେ ପହଞ୍ଚି ପ୍ରାଥମିକ ତଦନ୍ତ କରିବା ସହିତ ସିସିଟିଭି ଫୁଟେଜରୁ ଆକ୍ରମଣକାରୀ ବିଷୟରେ ଯାଞ୍ଚ କରୁଛି।