ବିଜାପୁରରେ ସର୍ଚ୍ଚ ଅପରେସନ ସମୟରେ ଦୁଇ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ଛତିଶଗଡ଼ର ବିଜାପୁର ଜଙ୍ଗଲରେ ମାଓବାଦୀମାନଙ୍କୁ ନିପାତ କରିବା ସହିତ ସେମାନଙ୍କ ଯୋଜନାକୁ ପଣ୍ଡ କରିବା ପାଇଁ ଯବାନମାନେ ସର୍ଚ୍ଚ ଅପରେସନ ଜାରି କରିଥିଲେ। ଏହି ସମୟରେ ଯବାନମାନଙ୍କ ପାଦ ଲ୍ୟାଣ୍ଡମାଇନ ଉପରେ ପଡିଯାଇଥିଲା । ଯାହା ତୁରନ୍ତ ବିସ୍ଫୋରଣ ମଧ୍ୟ ହୋଇଥିଲା । ଏହି ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୨ ଯବାନ ଗୁରୁତର ହୋଇଥିଲେ। ତୁରନ୍ତ ସେମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ଜଣାପଡିଛି। ଏ ପର୍ଯ୍ୟନ୍ତ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି କରାଯାଇଛି ।