ନୂଆଦିଲ୍ଲୀ: ଦିଲ୍ଲୀରେ ପହଞ୍ଚିଲେ ସିଙ୍ଗାପୁର ରାଷ୍ଟ୍ରପତି। ରାଷ୍ଟ୍ରପତି ଭବନରେ ଥର୍ମନ ଷଣମୁଗରତ୍ନମଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ସ୍ୱାଗତ କରିଛନ୍ତି । ଭାରତ ଓ ସିଙ୍ଗାପୁର ମଧ୍ୟରେ ଅଣପାରମ୍ପରିକ ଶକ୍ତିର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉଛି । ଉଭୟ ଦେଶର ସହଯୋଗରେ ଖୁବଶୀଘ୍ର ବଡ଼ ସଫଳତା ମିଳିବ ବୋଲି ସେ କହିଛନ୍ତି । ଏଥିସହ ସିଙ୍ଗାପୁର ସ୍ୱାଧିନତା ପଛରେ ଭାରତର ସମର୍ଥନକୁ ପ୍ରଂଶସା କରିଛନ୍ତି ଥର୍ମନ ।
ଆଜି ଦିଲ୍ଲୀର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ପରେ ଆସନ୍ତାକାଲି ସେ ଓଡ଼ିଆ ଆସିବେ । ଆସନ୍ତାକାଲି ଠାରୁ ଦୁଇ ଦିନିଆ ଓଡ଼ିଆଗସ୍ତରେ ଆସି ସେ ୧୮ ତାରିଖରେ ଫେରିଯିବାର କାର୍ଯ୍ୟକ୍ରମ ରହିଛି । ଭାରତର ପୂର୍ବାଞ୍ଚଳ ରାଜ୍ୟ ଭିତରୁ ଓଡ଼ିଶାର ବିଶେଷ ଗୁରୁତ୍ୱ ରହିଛି ବୋଲି ସେ କହିଛନ୍ତି ।
ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଭୁବନେଶ୍ୱର ଗସ୍ତ ସମୟରେ ଓଡ଼ିଶାର ମୋହନ ସରକାରଙ୍କ ସହ ୮ଟି ଏମଓୟୁ ସ୍ୱାକ୍ଷର ହେବ । ଏହି ଗସ୍ତରେ ସେ ଭୁବନେଶ୍ୱର ସ୍ଥିତ ୱାର୍ଲ୍ଡ ସ୍କିଲ ସେଣ୍ଟର ବିଶ୍ୱ ଦକ୍ଷତା କେନ୍ଦ୍ର) ବୁଲି ଦେଖିବେ । ସେଠାରେ ପ୍ରାୟ ଅଢେଇ ଘଣ୍ଟା ରହିବେ ସିଙ୍ଗାପୁର ରାଷ୍ଟ୍ରପତି । ସ୍କିଲ ସେଣ୍ଟରର ଟ୍ରେନର ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ ପରେ ଭୁବନେଶ୍ୱରର ବାୟୋଟେକ୍ ଭ୍ୟାକସିନ୍ ସେଣ୍ଟର ପରିଦର୍ଶନ କରିବେ ।
ଓଡ଼ିଶା ସରକାରଙ୍କ ମେକ ଇନ୍ ଓଡ଼ିଶା ଉକର୍ଷ ଓଡ଼ିଶା କନକ୍ଲେଭର ରୋଡ ଶୋ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଙ୍ଗାପୁର ଗସ୍ତବେଳେ ଓଡ଼ିଶା ଆସିବାକୁ ନିମନ୍ତ୍ରଣ ଜଣାଇଥିଲେ । ସିଙ୍ଗାପୁର ସରକାରଙ୍କ ଆଇଟି-ଟିଇଏସ ସହଯୋଗରେ ପ୍ରତିଷ୍ଠା ହୋଇଛି ଭୁବନେଶ୍ୱରର ୱାର୍ଲ୍ଡ ସ୍କିଲ ସେଣ୍ଟର । ଏବେ ରାଷ୍ଟ୍ରପତି ଥର୍ମନ ଷଣମୁଗରତ୍ନମଙ୍କ ଗସ୍ତ ଓଡ଼ିଶା ପାଇଁ ନିବେଶ ଆଣିଦେବ ବୋଲି ଆଶା କରାଯାଉଛି ।