ନୂଆଦିଲ୍ଲୀ: ଇନଷ୍ଟାଗ୍ରାମରେ ଶିଶୁ ଯୌନ ନିର୍ଯାତନା ସହିତ ଜଡିତ ବିଜ୍ଞାପନ ପ୍ରକାଶ ପାଇବାର ରିପୋର୍ଟ ସମ୍ପର୍କରେ କେନ୍ଦ୍ର ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୈଦ୍ୟୁତିକ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟର ଅଧିକାରୀମାନଙ୍କୁ ଏହି ମାମଲାରେ ଇନଷ୍ଟାଗ୍ରାମର ମୂଳ କମ୍ପାନୀ ମେଟାକୁ ସମନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମେଟା ପ୍ଲାଟଫର୍ମରେ ଏପରି ବିଜ୍ଞାପନ କିପରି ପ୍ରସାରିତ ହୋଇଛି ସେ ନେଇ ସ୍ପଷ୍ଟୀକରଣ ଲୋଡ଼ାଯିବ । ଭବିଷ୍ୟତରେ ଯେପରି ଏପରି ଘଟଣାର ପୁନରାବୃତ୍ତି କମ୍ପାନୀ କ’ଣ ପଦକ୍ଷେପ ନେଉଛି ମନ୍ତ୍ରଣାଳ ଜବାବ ଲୋଡ଼ିବ ।
ବିବିସିର ଏକ ତଦନ୍ତ ରିପୋର୍ଟରେ ଦାବି କରାଯାଇଛି ଯେ ଶିଶୁ ଯୌନ ନିର୍ଯାତନା ବିଜ୍ଞାପନ ଇନଷ୍ଟାଗ୍ରାମରେ ଚାଲୁଛି । ଭାରତରେ ଇନଷ୍ଟାଗ୍ରାମରେ "ବଳାତ୍କାର ଭିଡିଓ" ଏବଂ "ଶିଶୁ ଭିଡିଓ" ଭଳି ଶବ୍ଦ ସମ୍ବଳିତ ଦେୟଯୁକ୍ତ ବିଜ୍ଞାପନ ଚାଲୁଛି । ଏହି ବିଜ୍ଞାପନଗୁଡ଼ିକ ଉପରେ କ୍ଲିକ୍ କରିବା ଦ୍ୱାରା ବ୍ୟବହାରକାରୀମାନେ ଟେଲିଗ୍ରାମତୁ ଯାଆନ୍ତି, ଆଉ ସେଠାରେ ଶିଶୁ ଯୌନ ନିର୍ଯାତନା ସମ୍ପର୍କିତ ଭିଡ଼ିଓ ବହୁତ କମ୍ ମୂଲ୍ୟରେ ବିକ୍ରି ହେଉଥିଲା ।
ରିପୋର୍ଟ ଅନୁଯାୟୀ, ଇନଷ୍ଟାଗ୍ରାମରେ ପ୍ରଦର୍ଶିତ ସମସ୍ତ ବିଜ୍ଞାପନ ମେଟାର ମଡରେସନ ସିଷ୍ଟମରୁ ଅନୁମୋଦନ ପାଇବା ପରେ ହିଁ ଲାଇଭ୍ ହୁଏ । ବିବିସି ଇନଷ୍ଟାଗ୍ରାମକୁ ଏପରି ଏକ ବିଜ୍ଞାପନ ପାଇଁ ମେଟାକୁ ରିପୋର୍ଟ କରିଥିଲା । କମ୍ପାନୀ ପ୍ରାୟ 24 ଘଣ୍ଟା ପରେ ପ୍ରତିକ୍ରିୟା ଦେଇଥିଲା । କମ୍ପାନୀ କହିଥିଲା ଯେ ପୋଷ୍ଟ କୌଣସି କମ୍ୟୁନିଟିର ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରୁନାହିଁ।
ପରବର୍ତ୍ତୀ ସମୟରେ, ବିବିସି ଏହି ପ୍ରସଙ୍ଗରେ ମେଟାରୁ ପ୍ରତିକ୍ରିୟା ମାଗିଥିଲା। କମ୍ପାନୀ କହିଥିଲା ଯେ ଅନେକ ବିଜ୍ଞାପନ ହଟାଇ ଦିଆଯାଇଛି, ସମ୍ପୃକ୍ତ ଆକାଉଣ୍ଟଗୁଡ଼ିକୁ ନିଲମ୍ବିତ ହୋଇସାରିଛି ଏବଂ ଏହାର ନୀତି ଉଲ୍ଲଂଘନ କରୁଥିବା ୟୁଆରଏଲ୍ ଗୁଡ଼ିକୁ (URL) ଅବରୋଧ କରିଛି ।