ନୂଆଦିଲ୍ଲୀ: ସ୍ମାର୍ଟ ଫୋନରୁ ମୋବାଇଲରେ ପରିଚାଳିତ ହେଉଛି ଇ-ରିକ୍ସା । ଯିଏ ଯେଉଁଠି ଚାହିଁଲେ ଇ-ରିକ୍ସାକୁ ଗୋଟିଏ ସେକେଣ୍ଡରେ ଫୋନରେ ଚାଇନା ଆପ୍ ମାଧ୍ୟମରେ ବନ୍ଦ କରିଦେଉଛି । ନୂଆଦିଲ୍ଲୀରେ ଇ-ରିକ୍ସାକୁ ଚାଇନା ଆପ୍ଲିକେସନ୍ ଦ୍ୱାରା ଅଧାରୁ ବନ୍ଦ କରିଦିଆଯାଉଥିବାର ଅଭିଯୋଗ ଆସିବାରେ କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏଭଳି ତିନୋଟି ଚାଇନା ଆପ୍ ( BAT-BMS, Epoch-i-ion ଏବଂ Lossigy) କୁ ବନ୍ଦ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ତ୍ୱରିତ ପଦକ୍ଷେପ ସ୍ୱରୂପ ତୁରନ୍ତ ଗୁଗୁଲ୍ ପ୍ଲେଷ୍ଟୋର୍ ରୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର ।
ଆଜି କେନ୍ଦ୍ର ସରକାରଙ୍କ ଆଇଟି ବିଭାଗ ସଚିବ ଏସ୍. କୃଷ୍ଣନ ସିଆଇଆଇ ସମ୍ମିଳନୀରେ କହିଛନ୍ତି ଯେ ଅଧାରୁ ଇ-ରିକ୍ସା ବନ୍ଦ ହୋଇଯାଉଥିବାର ଅଭିଯୋଗ ଆସିଥିଲା । ଏହା ପରେ ଉପରୋକ୍ତ ତିନୋଟି ଆପକୁ ପ୍ଲେ ଷ୍ଟୋରରୁ ସମ୍ପୂର୍ଣ୍ଣ ଭାବେ ହଟାଇଦିଆଯାଇଛି । ସେହିପରି ଆପ୍ ଷ୍ଟୋରକୁ ମଧ୍ୟ ଏହା ଉପରେ ଯଥେଷ୍ଟ ଯତ୍ନବାନ ହେବାକୁ ପଡ଼ିବ । ଯେଉଁ ଆପ୍ ଲୋକଙ୍କୁ କ୍ଷତି ପହଁଚାଉଛି ସେହି ଆପ୍ ଯେପରି ପ୍ଲେ ଷ୍ଟୋରରେ ଉପଲବ୍ଧ ନ କରାଯାଉ ସେଥିପାଇଁ ଜୋର ଦିଆଯିବ ।
ଗତକାଲି ଦିଲ୍ଲୀରେ ଅଭିଯୋଗ ହୋଇଥିଲା ଯେ କିଛି ଇ-ରିକ୍ସା ଚାଲିବା ସମୟରେ ଆପେ ଆପେ ବନ୍ଦ ହୋଇଯାଉଛି । ଚୀନ୍ ସ୍ମାର୍ଟଫୋନ୍ ଆପ୍ BAT-BMS ସହିତ ଲିଙ୍କ୍ ହୋଇଥିବା ଏକ ରିମୋଟ୍ ସଟଡାଉନ୍ ଫିଚର୍ ରହିଛି, ଯାହାକୁ ବ୍ୟବହାର ଇ-ରିକ୍ସାଗୁଡ଼ିକୁ ଦୂରରୁ ବନ୍ଦ କରିହେଉଛି । ଯାହାର ଭିଡ଼ିଓ ମଧ୍ୟ ଭାଇରାଲ ହୋଇଥିଲା । ଏହା ସାଇବର ଅପରାଧ ପାଇଁ ବଡ଼ ସଙ୍କଟ ବୋଲି ବିବେଚନା କରାଯାଉଛି ।