କେନ୍ଦୁଝର: ରାଜ୍ୟରେ ବର୍ତ୍ତମାନ ଲଘୁଚାପ ଜନିତ ବର୍ଷା ଲାଗି ରହିଛି । ପ୍ରବଳ ବର୍ଷା ଯୋଗୁଁ କେନ୍ଦୁଝର ଜିଲ୍ଲା କାନଝାରୀ ଡ୍ୟାମ୍ ଗେଟ୍ ଖୋଲାଯାଇଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ କାନଝାରୀ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି । ଜଳସ୍ତର ବଢ଼ିବା ପରେ ସୁରକ୍ଷା ଦୃଷ୍ଟିରୁ ଜଳଭଣ୍ଡାରର ଗୋଟିଏ ଗେଟ୍ ଖୋଲାଯାଇଛି ।
ବର୍ତ୍ତମାନ ଜଳ ଭଣ୍ଡାରକୁ ପ୍ରତି ସେକେଣ୍ଡରେ ୫.୨୨ କ୍ୟୁସେକ୍ ଜଳ ପ୍ରବେଶ କରୁଛି । ଗୋଟିଏ ଗେଟ୍ ଓ ଦୁଇଟି କେନାଲ ଦେଇ ମୋଟ ୭୩.୯୫ କ୍ୟୁସେକ୍ ଜଳ ନିଷ୍କାସନ କରାଯାଉଛି। ଜଳ ଭଣ୍ଡାରର ୭ଟି ଗେଟ୍ ମଧ୍ୟରୁ ୫ ନମ୍ବର ଗେଟ୍ ଖୋଲାଯିବା ଦ୍ୱାରା ନଦୀର ଜଳସ୍ତର ବଢ଼ିବାର ସମ୍ଭାବନା ଥିବାରୁ ତଳିଆ ଅଞ୍ଚଳର ଲୋକଙ୍କୁ ନଦୀକୂଳକୁ ନଯିବା ଏବଂ ସତର୍କ ରହିବା ପାଇଁ ଡାକବାଜି ଯନ୍ତ୍ର ମାଧ୍ୟମରେ ଜଳସମ୍ପଦ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନ କରାଯାଇଛି ।