ନୂଆଦିଲ୍ଲୀ: ଆଜି ଷ୍ଟାର୍ଟଅପ୍ ଇଣ୍ଡିଆକୁ ପୂରିଛି ୯ ବର୍ଷ । ୨୦୧୬ରେ ଦେଶରେ ଏହାର ଆରମ୍ଭ ହୋଇଥିଲା । ତେବେ ଗତ ୯ ବର୍ଷ ମଧ୍ୟରେ ଦେଶକୁ ଏହା ବିଭିନ୍ନ କ୍ଷେତ୍ରରେ ଅନେକ ଲାଭ ଆଣିଦେଇଛି । ଷ୍ଟାର୍ଟଅପ୍ ଇଣ୍ଡିଆ ଜରିଆରେ ଗତ ୯ବର୍ଷ ମଧ୍ୟରେ ୧୬ ଲକ୍ଷ ଲୋକେ ଚାକିରୀ ପାଇଛନ୍ତି ।
ବିଶ୍ୱର ସବୁଠୁ ବଡ଼ ଷ୍ଟାର୍ଟ ଅପ୍ ଇକୋସିଷ୍ଟମ ଭିତରେ ତୃତୀୟ ସ୍ଥାନରେ ରହିଛି ଆମ ଦେଶ ଭାରତ । ୨୦୧୬ରେ ଆରମ୍ଭ ହୋଇଥିବା ଷ୍ଟାଟ୍ର୍ ଅପ୍ ଫିନ୍ଟେକ୍, ଏଡଟେକ୍, ହେଲ୍ଥଟେକ୍ ଓ ଇ-କମର୍ସ କ୍ଷେତ୍ରରେ ବିଶ୍ୱ ମାନ୍ୟତା ପାଇଛି । ଜୋମେଟୋ, ନାଇକା, ଓଲା ଭଳି କମ୍ପାନୀ ଜରିଆରେ ହଜାର ହଜାର ଲୋକଙ୍କୁ ଚାକିରି ମିଳିପାରିଛି । ଏଥିସହ ଦେଶର ଆର୍ଥିକ ସ୍ଥିତିରେ ବି ଏହା ଅନେକ ସୁଧାର ଆସିଛି ।
୯ ବର୍ଷ ପୂର୍ବରୁ ଦେଶରେ ଡିପିଆଇଆଇଟି ମାନ୍ୟତା ପ୍ରାପ୍ତ ଷ୍ଟାର୍ଟଅପ୍ ସଂଖ୍ୟା ୫୦୦ ରହିଥିବା ବେଳେ ତାହା ବର୍ତ୍ତମାନ ୧ ଲକ୍ଷ ୫୯ ହଜାର ୧୫୭କୁ ବୃଦ୍ଧି ପାଇଛି । ୯ ବର୍ଷରେ ମାନ୍ୟତାପ୍ରାପ୍ତ ଷ୍ଟାର୍ଟ ଅପ୍ ୧୬ ଲକ୍ଷ ୬୭ ହଜାର ଲୋକଙ୍କୁ ଚାକିରି ମିଳିଛି, ଯାହା ସେମାନଙ୍କ ରୋଜଗାରର ମାଧ୍ୟମ ପାଲଟିବା ସହ ଆର୍ଥିକ ପ୍ରଗତି ବୃଦ୍ଧି କରାଇଛି । ଅକ୍ଟୋବର ୨୦୨୪ ସୁଦ୍ଧା ମୋଟ ୭୩ହଜାର ୧୫୧ ମାନ୍ୟତାପ୍ରାପ୍ତ ଷ୍ଟାଟ୍ର୍ ଅପ୍ରେ ରହିଛନ୍ତି ଅନେକ ମହିଳା ନିବେଶକ ।
ତେବେ ଆସନ୍ତୁ ନଜର ପକାଇବା କେଉଁ କେଉଁ ସେକ୍ଟରରେ ମିଳିଛି ଅଧିକ ଚାକିରୀ
- ଆଇଟି କ୍ଷେତ୍ରରେ - ୨.୦୪ ଲକ୍ଷ
- ହେଲଥ୍ କେୟାର ଆଣ୍ଡ ଲାଇଫ୍ ସାଇନ୍ସ - ୧.୪୭ ଲକ୍ଷ
- ପ୍ରଫେସର୍ନଲ ଓ କର୍ମସିଆଲ ସଭିର୍ସ -୯୪,୦୬୦
- ଶିକ୍ଷା କ୍ଷେତ୍ରରେ - ୯୦.୪୧୪
ତେବେ ୯ ବର୍ଷ ମଧ୍ୟରେ ଦେଶରେ ଅନେକ କ୍ଷେତ୍ରରେ ପରିବର୍ତ୍ତନ ଆସିଛି । ଏହା ଦେଶର ଅର୍ଥନୈତିକ ପ୍ରଗତି ଆଣିବାରେ ବିଶେଷ ସହାୟକ ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ ଜରିଆରେ ଏକ ପୋଷ୍ଟ ଶେୟାର କରି କହିଛନ୍ତି, ‘ଷ୍ଟାର୍ଟଅପ୍ ଦେଶ ପାଇଁ ଆଣିଛି ଅନେକ ନୂଆ ସୁଯୋଗ, ସମ୍ଭାବନା । ଷ୍ଟାର୍ଟଅପକୁ ପୂରିଛି ୯ବର୍ଷ, ଏଥିପାଇଁ ପୂରା ଦେଶ ଉତ୍ସବ ମନାଉଛି’ ।
Today, we mark #9YearsOfStartupIndia, a landmark initiative that has redefined innovation, entrepreneurship and growth. This is a programme very close to my heart, as it has emerged as a powerful way of furthering youth empowerment. Over the past nine years, this transformative…