ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପ ଓ ପିଏମ ନରେନ୍ଦ୍ର ମୋଦୀଙ୍କ ଆସନ୍ତା ପସ୍ତାହରେ ମାଲେସିଆରେ ଆସିୟାନ ସମ୍ମିଳନୀରେ ସାକ୍ଷାତ ହୋଇପାରେ । ଏହା ମଧ୍ୟରେ ଆଉ ଏକ ସୁଖବର ଆମେରିକା ପକ୍ଷରୁ ଭାରତର ରପ୍ତାନୀ ଉପରେ ଲଗାଯାଇଥିବା ଟାରିଫରେ ୧୫ରୁ ୧୬ ପ୍ରତିଶତ ରିହାତି ମିଳିପାରେ । ଏଥିରେ ୧୫ ପ୍ରତିଶତର ଆଶ୍ୱସ୍ତି ରପ୍ତାନୀକାରୀଙ୍କ ପାଇଁ ଫାଇଦା ସାବ୍ୟସ୍ତ ହୋଇପାରେ । କାରଣ ଏବେ ଆମେରିକା ଭାରତର ରପ୍ତାନୀ ଉପରେ ୫୦ ପ୍ରତିଶତ ଟାରିଫ ଲଗାଇଛି ।
ଭାରତ ପକ୍ଷରୁ ରୁଷ ତେଲ ଆମଦାନୀରେ କିଛି ମାତ୍ରାରେ ହ୍ରାସ ନେଇ ମଧ୍ୟ ସହମତି ପ୍ରକାଶ ପାଇଛି । ଭାରତ ଏବେ ରୁଷଠୁ ନିଜ ଆବଶ୍ୟକତାର ୩୪ ପ୍ରତିଶତ ତୈଳ ରୁଷଠୁ ଆମଦାନୀ କରୁଛି । ଆଉ ଆମେରିକାଠୁ ଏହି ପରିମାଣ ୧୦ ପ୍ରତିଶତ ରହିଛି । ଆମେରିକା ଚାହୁଁଛି ଭାରତ ରୁଷଠୁ ତେଲ ଆମଦାନୀ କମ କରି ତା ସହ ଅଧିକ ଡିଲ୍ କରୁ । ଆଉ ଏକ ଖବର ଆମେରିକାର ମକ୍କା ଓ ସୋୟାବିନକୁ ଭାରତୀୟ ବଜାରରେ ଏଣ୍ଟ୍ରି ଦିଆଯାଇପାରେ ।
ଏହା ବଦଳରେ ଆମେରିକା ପକ୍ଷରୁ କିଛି ଆଶ୍ୱସ୍ତି ପ୍ରଦାନ କରାଯାଇପାରେ । ଆମେରିକା ମଧ୍ୟ ନିଜର ମକ୍କା ରପ୍ତାନୀକୁ ନେଇ ଚିନ୍ତିତ ଅଛି । ଏହାର କାରଣ ଚୀନ ଆମେରିକାଠୁ କୌଣସି ପ୍ରକାରର ମକା ଏବଂ ସୋୟାବିନ ଆମଦାନୀ କରିବା ବନ୍ଦ କରି ଦେଇଛି । ଆଉ ଆମେରିକା ନୂତନ ବଜାର ସନ୍ଧାନରେ ରହିଛି, ଯଦ୍ୱାରା ନିଜର ମକ୍କା ଓ ସୋୟାବିନ ରପ୍ତାନୀ କରି ପାରିବ । ଭାରତର ଜନସଂଖ୍ୟା ଏବଂ ବଡ ବଜାରକୁ ଦେଖି ଆମେରିକାକୁ ଲାଗୁଛି ଯେ, ତାହା ଏହା ସଠିକ୍ ସମୟ ।
ଏଥିପାଇଁ ଭାରତ ବି ସର୍ତ୍ତ ରଖିଛି । ଭାରତର କହିବା କଥା ଆମେରିକାର ମକ୍କା ଓ ସୋୟାବିନ ଉପରେ ୧୫ ପ୍ରତିଶତ ଶୁଳ୍କ ଲାଗିବ । ଯଦି ଆମେରିକା ଏହି ସର୍ତ୍ତରେ ରାଜି ତେବେ କଥା ଆଗକୁ ବଢିବ । ଭାରତ ମଧ୍ୟ ସୋୟାବିନ ଆମଦାନୀ କରିବା ଉପରେ ବିଚାର କରୁଛି । ମୋଟାମୋଟି ଭାବେ କହିବାକୁ ଗଲେ ଭାରତ ଯଦି ଆମେରିକାର ମକ୍କା ଓ ସୋୟାବିନକୁ ନିଜ ବଜାରରେ ବିକ୍ରି ପାଇଁ ଅନୁମତି ଦେବ ତେବେ ଆମେରିକା ମଧ୍ୟ ଲଗାଇଥିବା ୫୦ ପ୍ରତିଶତ ଟାରିଫରେ ୧୫ ପ୍ରତିଶତ ହ୍ରାସ କରିବ । ଯଦି ଏମିତି ହୁଏ ତେବେ ଭାରତୀୟ ରପ୍ତାନୀକାରୀଙ୍କୁ କିଛିଟା ଆଶ୍ୱସ୍ତି ମିଳିବ ।
Also read: ଘନୀଭୂତ ହେଉଛି ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର, ୧୨ ଘଣ୍ଟାରେ ଅବପାତ ହେବା ସମ୍ଭାବନା