ଭୁବନେଶ୍ୱର: ସମ୍ପ୍ରତି ସୁନା ଏବଂ ରୁପା ଦର ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି । ଆଗକୁ ଧନତେରସ ଥିବା ବେଳେ ସୁନା ଓ ରୁପା ଦର ଏବେ କ୍ଷିପ୍ର ଗତିରେ ବଢିଚାଲିଛି। ପ୍ରତିଦିନ ଉଭୟ ଧାତୁ ଦରରେ ବୃଦ୍ଧି ଅବ୍ୟାହତ ରହିଛି। ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନା ଦର ଲକ୍ଷେ ୨୪ ହଜାର ଟଙ୍କା ଛୁଇଁଛି। ଗତ ୩ ଦିନରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନା ଦର ବଢ଼ିଲାଣି ୪,୫୦୦ ଟଙ୍କା।
ଆଜି ପୁନଃ ନୂଆ ରେକର୍ଡ ସ୍ତରରେ ପହଞ୍ଚିଯାଇଛି ଉଭୟ ଧାତୁର ଦର। ରାଜଧାନୀ ଭୁବନେଶ୍ଵରରେ ୧୦ ଗ୍ରାମ ପିଛା ୨୪ ଏବଂ ୨୨ କ୍ୟାରେଟ୍ ସୁନା ଦର ଯଥାକ୍ରମେ ୧୯୧୦ ଟଙ୍କା ଏବଂ ୧୭୫୦ ଟଙ୍କା ବଢ଼ିଛି। ଉଭୟ ଯଥାକ୍ରମେ ୧,୨୩,୯୩୦ ଟଙ୍କା ଏବଂ ୧,୧୩, ୬୦୦ ଟଙ୍କା ସ୍ତରରେ ପହଞ୍ଚିଛି। ଅନ୍ୟପକ୍ଷରେ, କିଲୋଗ୍ରାମ ପିଛା ରୁପା ୨୯୦୦ ଟଙ୍କା ମହଙ୍ଗା ହୋଇ ୧,୭୦,୦୦୦ ଟଙ୍କା ହୋଇଛି। ଏ ବର୍ଷ ଏଯାବତ୍ ସୁନା ପ୍ରାୟ ୪୬,୦୦୦ ଟଙ୍କା ବୃଦ୍ଧି ହୋଇଛି।