ଜାନୁଆରୀ ୧୮ ତାରିଖରୁ ଭିତରକନିକାରେ ଆରମ୍ଭ ହେବ ପକ୍ଷୀ ଗଣନା । ରାଜନଗର ବନଖଣ୍ଡର ରାଜନଗର, କନିକା, ଗହୀରମଥା, ମହାକାଳପଡ଼ା ଓ କୁଜଙ୍ଗ ୫ଟି ରେଞ୍ଜରେ ଏହି ପକ୍ଷୀ ଗଣନା କରାଯିବ । ଏନେଇ ଆସନ୍ତାକାଲି ପକ୍ଷୀ ବିଷାରଦ ମାନଙ୍କ ସହିତ ବନ କର୍ମଚାରୀମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ। ଏହାର ଦିନକ ପରେ ଅର୍ଥାତ ଜାନୁଆରୀ ୧୮ ତାରିଖ ଠାରୁ ପକ୍ଷୀ ଗଣନା ଆରମ୍ଭ ହେବ । ଗତବର୍ଷ ୧୨୧ ପ୍ରଜାତିର ୧ଲକ୍ଷ ୫୧ ହଜାର ୪୨୧ଟି ପକ୍ଷୀ ଗଣନା କରାଯାଇଥିବା ବେଳେ ଚଳିତବର୍ଷ ପକ୍ଷୀ ସଂଖ୍ୟା ବୃଦ୍ଧି ପାଇବା ନେଇ ବନବିଭାଗ ଆଶା ରଖିଥିବା ରାଜନଗର ବନଖଣ୍ଡ ଅଧକାରୀ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି ।
ସେପଟେ ଚଳିତ ଥର ପ୍ରଥମ ଥର ପାଇଁ ଭିତରକନିକା ବାହାର ନଦୀ ନାଳରେ ମଧ୍ୟ କୁମ୍ଭୀର ଗଣନା କରାଯାଉଛି। ରାଜନଗର ବନଖଣ୍ଡର କନିକା, ରାଜନଗର, ମହାକାଳପଡ଼ା ଓ ଗହୀରମଥା ୪ଟି ରେଞ୍ଜରେ ସକାଳ ଏବଂ ସଂନ୍ଧ୍ୟା ସମୟରେ ହୁଲି ଡ଼ଙ୍ଗା ସାହାଯ୍ୟରେ କୁମ୍ଭୀର ଗଣନା ହେଉଛି।