ଦେବଗଡ଼: ଗାଁରେ ହାତୀ ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଲୋକମାନେ ତାଟି କବାଟ ଦେଇ ଘରେ ରହୁଛନ୍ତି। ହାତୀ ଆକ୍ରମଣରେ ଲୋକଙ୍କ ଜୀବନ ଯିବା ସହିତ ବହୁ ଧନଜୀବନ ମଧ୍ୟ କ୍ଷୟକ୍ଷତି ହେଉଛି। ହାତୀ ଆକ୍ରମଣରେ ଜଣେ ଫରେଷ୍ଟ ସ୍କ୍ୱାର୍ଡ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଏପରି ଏକ ଘଟଣା ଦେବଗଡ ବନଖଣ୍ଡ ରିଆମାଳ ବନାଞ୍ଚଳ ସଙ୍ଘାପସି ଗାଁରେ ଘଟିଛି।
ସୂଚନା ଅନୁସାରେ, ବୁଧବାର ବିଳମ୍ବିତ ରାତିରେ ସଙ୍ଘାପସି ଗାଁରେ ଜଣେ ଫରେଷ୍ଟ ସ୍କ୍ୱାର୍ଡ କର୍ମଚାରୀ ହାତୀ ଆକ୍ରମଣର ଶିକାର ହୋଇଥିଲେ। ହାତୀ ତାଙ୍କୁ ଶୁଣ୍ଡରେ କଚାଡି ଦେଇଥିଲା। ଫଳରେ ସେ ଗୁରୁତର ହୋଇଥିଲେ । ତୁରନ୍ତ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କର ଗୋଡ଼ ଓ ଅଣ୍ଟାରେ ଆଘାତ ଲାଗିଥିବା ବେଳେ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ୱାଭାବିକ ଥିବା ଜଣାପଡିଛି। ହାତୀକୁ ଘଉଡାଇବା ପାଇଁ ଆସି ନିଜେ ହାତୀ ଆକ୍ରମଣର ଶିକାର ହୋଇଛନ୍ତି।