ଭୁବନେଶ୍ୱର: ଖୁବ ଶୀଘ୍ର ଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର କମିଟି ଗଠନ ହେବ । ଜଣେ ହାଇକୋର୍ଟଙ୍କ ଅବସର ପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ । ସମସ୍ତ ନିଯୋଗଙ୍କ ସହ ଆଲୋଚନା କରି ନିତିକାନ୍ତି ଉପରେ ବିଚାର କରିବେ । ବିଭିନ୍ନ ନିଯୋଗ ପାଖରେ ଥିବା ଭିନ୍ନ ଭିନ୍ନ ସେବା ଏବଂ ରେକର୍ଡ ଯାଞ୍ଚ କରିବେ । ଦୁଇରୁ ତିନି ମାସ ଭିତରେ ସରକାରଙ୍କୁ ଉକ୍ତ କମିଟି ରିପୋର୍ଟ ପ୍ରଦାନ କରିବ । ତା ପରେ ସ୍ୱତଲିପି ପ୍ରସ୍ତୁତ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ଖୁବ୍ଶୀଘ୍ର ଆସିବ ଲିଙ୍ଗରାଜ ମନ୍ଦିର ପାଇଁ ଆସିବ ସ୍ୱତନ୍ତ୍ର ଆଇନ ଆସିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ । ନୂଆ ଆଇନ ପାଇଁ କେନ୍ଦ୍ର ସରକାର ଯେଉଁ ସ୍ପଷ୍ଟୀକରଣ ମାଗିଥିଲେ ତାହା ପ୍ରସ୍ତୁତ ହୋଇ ସାରିଛି । ଡ୍ରାଫ୍ଟ ହୋଇଛି, ରାଷ୍ଟ୍ରପତି ଓ କେନ୍ଦ୍ର ସରକାରଙ୍କ ଅନୁମତି ପାଇଁ ପଠାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ଶ୍ରୀଲିଙ୍ଗରାଜଙ୍କ ନୀତି ବିଭ୍ରାଟ ପ୍ରସଙ୍ଗରେ କଠୋର ହୋଇଛି ଟ୍ରଷ୍ଟ ବୋର୍ଡ । ଏଣିକି ୨୪ ଘଣ୍ଟା ମଧ୍ୟରେ ଘଟଣାର ତଦନ୍ତ ସହ ଦୋଷୀଙ୍କୁ ସେବା ନିବୃତ୍ତ କରାଯିବ। ଆବଶ୍ୟକ ପଡ଼ିଲେ ଜମି ବି ଛଡ଼ାଇ ନିଆଯିବ ବୋଲି ଚେତାବନୀ ଦିଆଯାଇଛି । ସେବାୟତଙ୍କ ବିବାଦ ଯୋଗୁଁ ଲିଙ୍ଗରାଜ ପ୍ରଭୁ ଦୁଇ ଦିନ ଉପବାସରେ ରହିଥିଲେ । ବଡୁ ଓ ବ୍ରାହ୍ମଣ ନିଯୋଗ ମଧ୍ୟରେ ବିବାଦ ଯୋଗୁଁ ନୀତିକାନ୍ତି ବନ୍ଦ ରହିଥିଲା । ଟ୍ରଷ୍ଟବୋର୍ଡ ବୈଠକ ପରେ ନୀତିକାନ୍ତି ସ୍ୱାଭାବିକ ଭାବେ ଚାଲିଛି ।
ଗତକାଲି ଆଇନମନ୍ତ୍ରୀ ଲିଙ୍ଗରାଜଙ୍କୁ ଉପବାସରେ ରଖିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ବିବାଦ ଭିତରେ ଠାକୁରଙ୍କ ନିତିକାନ୍ତି ବନ୍ଦ ହେବା ଭୁଲ । କୌଣସି ବି ଜାଗାରେ ଅଯୌକ୍ତିକ କଥାରେ ନୀତିକାନ୍ତି ବ୍ୟାଘାତ ଘଟେ ସରକାର କଠୋର ପଦକ୍ଷେପ ନେବେ । ସେହିପରି ପ୍ରଭୁ ଲିଙ୍ଗରାଜଙ୍କ ସେବା ପୂଜାର ସତ୍ତ୍ଵଲିପିରେ ଆଇନଗତ ସମସ୍ୟା ରହିଛି । ଖୁବଶୀଘ୍ର ସେଥିପାଇଁ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକକ ସଦସ୍ୟ ବିଶିଷ୍ଟ କମିଶନ ସ୍ଥାପନ କରାଯିବ । ସେ ନିଯୋଗମାନଙ୍କ ସହିତ ଆଲୋଚନା କରି ଏବଂ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବେ । ଏହା ପରେ ତର୍ଜମା କରି ୨ ମାସ ଭିତରେ ସମ୍ପୂର୍ଣ ଡ୍ରାଫ୍ଟ ଦେବେ ବୋଲି ମନ୍ତ୍ରୀ କହିଥିଲେ ।