ମାଲକାନଗିରି : ସୁରକ୍ଷାକର୍ମୀଙ୍କୁ ମିଳିଲା ବଡ଼ ସଫଳତା। ପଣ୍ଡ କଲେ ମାଓବାଦୀଙ୍କ ଯୋଜନା। ସର୍ଚ୍ଚ ଅପରେସନବେଳେ ସୁରକ୍ଷାକର୍ମୀମାନେ ଘଞ୍ଚ ଜଙ୍ଗଲ ଭିତରୁ ମାଓ ସାମଗ୍ରୀ ଜବତ କରିଛନ୍ତି।
ସୂଚନା ଅନୁସାରେ, ସର୍ଚ୍ଚ ଅପରେସନ ସମୟରେ ସୁରକ୍ଷାକର୍ମୀମାନେ ଜଙ୍ଗଲ ମଧ୍ୟରୁ ବିପୁଳ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି। ସେଥିମଧ୍ୟରେ ବନ୍ଧୁକ ଓ ଟିଫିନ୍ ବୋମା ରହିଛି। ମାଓବାଦୀଙ୍କୁ ନିପାତ କରିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କଲେ ହିଁ ସେମାନଙ୍କର ଯୋଜନାକୁ ପଣ୍ଡ କରାଯାଉଛି। ମାଓ ଯୋଜନାକୁ ବିଫଳ କଲେ ସୁରକ୍ଷାକର୍ମୀ। ବିପୁଳ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ ଜବତ ପରେ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି କରାଯାଇଛି। ମାଓବାଦୀଙ୍କ ହିଂସାତ୍ମକ କାର୍ଯ୍ୟ ବଢୁଥିବାବେଳେ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ ଜାରି କରିଛନ୍ତି।