ଦୀର୍ଘ ୫୦୦ ବର୍ଷ ଅପେକ୍ଷା ପରେ ଗତ ଜାନୁଆରୀ ୨୨ ତାରିଖରେ ପ୍ରଭୁ ରାମଙ୍କ ଜନ୍ମଭୂମିରେ ରାମ ମନ୍ଦିର ପ୍ରତିଷ୍ଠା କରାଯାଇଥିଲା । ରାମ ମନ୍ଦିରରେ ଅରୁଣ ଯୋଗୀରାଜଙ୍କ ଦ୍ୱାରା ନିର୍ମିତ ପ୍ରଭୁ ରାମଲାଲାଙ୍କ ମୂର୍ତ୍ତି ପ୍ରତିଷ୍ଠା କରାଯାଇଥିଲା । ରାମଲାଲାଙ୍କ ମୂର୍ତ୍ତି ପ୍ରତିଷ୍ଠା ପରେ ସାରା ଦେଶବାସୀମାନଙ୍କ ମଧ୍ୟରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ରାମଲାଲାଙ୍କ ମୂର୍ତ୍ତି ରାମ ମନ୍ଦିରରେ ପ୍ରତିଷ୍ଠା ହେବା ପରେ ରାମଲାଲାଙ୍କ ବିଗ୍ରହ ଅତ୍ୟନ୍ତ ମନଲୋଭା ଓ ସୁନ୍ଦର ଦେଖାଯାଉଥିଲା । ପ୍ରଭୁ ରାମଲାଲାଙ୍କ ମୂର୍ତ୍ତି ପ୍ରତିଷ୍ଠା ପରେ ବର୍ତ୍ତମାନ ସାମ୍ନାକୁ ଆସିଛି ଅରୁଣ ଯୋଗୀରାଜଙ୍କ ଦ୍ୱାରା ନିର୍ମିତ କୁନି ରାମଲାଲାଙ୍କ ମୂର୍ତ୍ତି ।
ଅରୁଣ ଯୋଗୀରାଜଙ୍କ ସୂଚନା ଅନୁସାରେ, ଯେତେବେଳେ ସେ ପ୍ରଭୁ ରାମଲାଲାଙ୍କ ମୂର୍ତ୍ତି ନିର୍ମାଣ କରୁଥିଲେ ସେତେବେଳେ ସେ ତାଙ୍କ ଖାଲି ସମୟରେ ଏକ କୁନି ରାମଲାଲାଙ୍କ ମୂର୍ତ୍ତି ନିର୍ମାଣ କରିଥିଲେ । ଆଉ ସେହି ମୂର୍ତ୍ତିର ଫୋଟୋକୁ ଅରୁଣ ଯୋଗୀରାଜ ନିଜ ସୋସିଆଲ୍ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି ।
ଆଗକୁ ପଢ଼ନ୍ତୁ : ଅଯୋଧ୍ୟାରେ ରେକର୍ଡ ସଂଖ୍ୟକ ଶ୍ରଦ୍ଧାଳୁ