ସଡକ ଦୁର୍ଘଟଣାରେ ଚାଲିଗଲା ଦୁଇ ଭାଇଙ୍କ ଜୀବନ । ଏପରି ଏକ ଘଟଣା ବିହାର ରାଜ୍ୟରେ ଘଟିଛି । ଦୁଇ ଭାଇ ଭଉଣୀ ବାହାଘର ପାଇଁ ମ୍ୟାରେଜ ହଲ୍ ବୁକ୍ କରି ଘରକୁ ଆସୁଥିବା ସମୟରେ ବାଟରେ ଘଟିଥିଲା ଦୁର୍ଘଟଣା । ବାଇକ ଓ ଟ୍ରାକ୍ଟର ମଧ୍ୟରେ ଧକ୍କା ହେବା ଫଳରେ ଦୁଇ ଭାଇଙ୍କର ମୃତ୍ୟୁ ହୋଇଛି ।
ସୂଚନା ଅନୁସାରେ, ବିହାରରେ ଘଟିଛି ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଦୁଇ ଭାଇଙ୍କର ମୃତ୍ୟୁ ହୋଇଛି । ଦୁଇ ଭାଇ ଭଉଣୀ ବାହାଘର ପାଇଁ ମ୍ୟାରେଜ ହଲ୍ ବୁକ୍ କରିବା ପାଇଁ ଯାଇଥିଲେ । ହଲ୍ ବୁକ୍ କରି ବାଇକ ଯୋଗେ ଘରକୁ ଫେରୁଥିବା ସମୟରେ ଏକ ଟ୍ରାକ୍ଟର ସେମାନଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ଘଟଣାସ୍ଥଳରେ ଦୁଇ ଭାଇ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ ।
ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତ ଦୁଇ ଭାଇଙ୍କର ପରିଚୟ ମିଳିଛି ବୋଲି ସୂଚନା ମିଳିଛି । ଏହି ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି । ଦୁର୍ଘଟଣା ପରେ ଟ୍ରାକ୍ଟର ଚାଳକ ଘଟଣାସ୍ଥଳରୁ ଚମ୍ପଟ ମାରିଛି । ପୋଲିସ ଟ୍ରାକ୍ଟରକୁ ଜବତ ରଖି ଘଟଣାର ତଦନ୍ତ କରୁଛି ।
ଆଗକୁ ପଢ଼ନ୍ତୁ : ହାତୁଡିରେ ପିଟି ଲିଭ୍-ଇନ୍ ପାର୍ଟନରଙ୍କୁ ହତ୍ୟା