ଦିଲ୍ଲୀର ଏକ ଘରୋଇ ସ୍କୁଲରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ। ଫଳରେ ସ୍କୁଲରେ ପାର୍କିଙ୍ଗ ଥିବା ବସରେ ଲାଗିଲା ନିଆଁ। ନିଆଁର ପରିମାଣ ଏତେ ଅଧିକା ଥିଲା ଯେ ସ୍କୁଲ ବିଲିଂର ଉଚ୍ଚତା ପର୍ଯ୍ୟନ୍ତ ନିଆଁର ତେଜ ପହଞ୍ଚୁଥିଲା। ତେବେ ଗତକାଲି ସ୍କୁଲ ଛୁଟି ଥିବାରୁ ନିଆଁର ପ୍ରବାହରେ କାହାର କିଛି କ୍ଷତି ହୋଇନାହିଁ। ଖବର ପାଇ ଅଗ୍ନିଶମ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।
ସୂଚନା ମୁତାବକ, ଭୟଙ୍କର ଅଗ୍ନିକାଣ୍ଡରେ ଜଳିଲା ଦୁଇଟି ସ୍କୁଲ ବସ। ତେବେ ଏହି ଦୁର୍ଘଟଣା ଦିଲ୍ଲୀର ଏକ ଘରୋଇ ସ୍କୁଲରେ ଘଟିଛି। ତେବେ ନିଆଁର ପରିମାଣ ଏତେ ଅଧିକା ଥିଲା ଯେ ବସ ଦୁଇଟି ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଥିଲା। ତେବେ ବସ୍ରେ ଲାଗିଥିବା ନିଆଁ ଏତେ ଭୟଙ୍କର ଥିଲା ଯେ ଏହାକୁ ଲିଭାଇବା ପାଇଁ ୮ଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ନିୟୋଜିତ ହୋଇଥିଲା। ବହୁ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇ ପାରିଥିଲା। ତେବେ କେଉଁ କାରଣରୁ ଏଠାରେ ନିଆଁ ଲାଗିଲା ତାହାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।