କଙ୍ଗୋରେ ପ୍ରକୃତି ତାର ତାଣ୍ଡବ ରଚିବାରେ ଲାଗିଛି । ଯାହାଫଳରେ ୧୫ ଜଣଙ୍କର ମୃତ୍ୟୁ ହେବା ସହିତ ୬୦ ଜଣ ନିଖୋଜ ଅଛନ୍ତି । ନିଖୋଜଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଟିମ ନିୟୋଜିତ ହୋଇଛନ୍ତି । ସୂଚନା ଅନୁସାରେ, କଙ୍ଗୋରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପ୍ରଭାବରେ ଭୂସ୍ଖଳନ ପରିସ୍ଥିତି ଉପୁଜିଛି । ଯାହାଫଳରେ ପାହାଡ଼ ଅତଡ଼ା ଖସି ୧୫ ଜଣଙ୍କର ମୃତ୍ୟୁ ହୋଇଛି । ପ୍ରାୟ ୬୦ ଜଣ ନିଖୋଜ ଅଛନ୍ତି ।
ନିଖୋଜଙ୍କୁ ଉଦ୍ଧାର କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଭୂସ୍ଖଳନ ପରେ ଘଟଣାସ୍ଥଳରୁ ୭ ଜଣଙ୍କୁ ଉଦ୍ଧାର କରାଯାଇଛି । ଏହି ଘଟଣାରେ ସେଠାରେ ଗମନାଗମନ ବନ୍ଦ କରାଯାଇଛି । ସ୍ଥାନୀୟ ଅଂଚଳରେ ମଧ୍ୟ ଭୟ ସୃଷ୍ଟି ହୋଇଥିଲା । କିପରି ଭାବରେ ନିଖୋଜ ଥିବା ୬୦ ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯିବ ସେଥିପାଇଁ ଉଦ୍ଧାରକାରୀ ଟିମ ନିୟୋଜିତ ଅଛନ୍ତି ।