ଘରେ ପ୍ରସ୍ତୁତ କରନ୍ତୁ ପଣା
Khabar Odisha:lifestyle-Odisha-Pana-Preparation
ଭୁବନେଶ୍ୱର, ଏପ୍ରିଲ ୧୪(ଖବର ଓଡ଼ିଶା ):

ଆଜି ମହା ବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି । ଏହି ଅବସରରେ ଆମେ ଘରେ ପଣା ତିଆରି କରି ଅନ୍ୟମାନଙ୍କୁ ପିଇବାକୁ ଦେବା ଏହା ପାଟିକୁ ସୁଆଦିଆ ହୋଇଥିବା ବେଳେ ପେଟକୁ ମଧ୍ୟ ଥଣ୍ଡା ରଖିଥାଏ। ତେଣୁ ଘରେ ପ୍ରସ୍ତୁତ କରନ୍ତୁ।

ଆବଶ୍ୟକୀୟ ସାମଗ୍ରୀ 

ପାଣି, ଗୁଜୁରାତି ଗୁଣ୍ଡ,  ଚିନି, କ୍ଷୀର କିମ୍ବା ଦହି ବ୍ୟବହାର କରିପାରିବେ ଏବଂ ଗୋଲମରିଚ ଗୁଣ୍ଡ , ନଡ଼ିଆ କୋରା , କଦଳୀ ,ଆପେଲ , ବରଫ

ପ୍ରସ୍ତୁତି ପ୍ରଣାଳୀ : 

ପ୍ରଥମେ ଏକ ପାତ୍ର ନେଇ ସେଥିରେ ଥଣ୍ଡା ପାଣି ,ଦହି ପକାଇ ସେଥିରେ ଚିନି ପକାଇ ଗୋଳାନ୍ତୁ । ଚିନି ଭଲଭାବେ ଗୋଳେଇ ହେଇଯିବା ପରେ ସେଥିରେ ଗୁରଜୁରାତି ଗୁଣ୍ଡ , ଗୋଲମରିଚ ଗୁଣ୍ଡ ପକାନ୍ତୁ । ନଡ଼ିଆ କୋରି ପକାନ୍ତୁ । ଭଲ ଭାବେ ଗୋଳାନ୍ତୁ । ସେଥିରେ ବରଫ ପକାନ୍ତୁ । ଅଲଗା ଏକ ପାତ୍ରରେ କଦଳୀ ,ଆପେଲ ଫଳକୁ କାଟି ଏହି ଦହି ମିଶ୍ରଣରେ ପକାନ୍ତୁ । ଭଲ ଭାବେ ଗୋଳାଇ ଦେଇ ଗ୍ଲାକୁ ବାହାର କରି ପିଅନ୍ତୁ ଏବଂ ଲୋକଙ୍କୁ ପିଇବାକୁ ଦିଅନ୍ତୁ  । ଅତି ସହଜରେ ପ୍ରସ୍ତୁତ ହୋଇଗଲା ପଣା ।

  • Tags:

Subscribe

National International State Sports Entertainment