ଘରେ ପ୍ରସ୍ତୁତ କରନ୍ତୁ ମାଲବାର ଫିସ୍ କରି ରେସିପି
Khabar Odisha:life-style-food-malabar-fish-curry
ଭୁବନେଶ୍ୱର, ମାର୍ଚ୍ଚ ୧୧ (ଖବର ଓଡିଶା) :

ମାଲବାର ଫିସ୍ କରି ରେସିପିରେ ଦକ୍ଷିଣ ଭାରତୀୟ ମସଲା ଏବଂ ମାଛର ଏକ ଜବରଦସ୍ତ ମିଶ୍ରଣ ରହିଥାଏ । ଏହାକୁ ପ୍ରସ୍ତୁତ କରିବା ସହଜ ନୁହେଁ ବରଂ ଏହା ଏକ ପରଫେକ୍ଟ ମେନ କୋର୍ସ ସର୍ଭିସ । ଏହାକୁ ଆପଣ କୌଣସୀ ମେନ କୋର୍ସରେ ସର୍ଭ କରି ପାରିବେ । ତେବେ ଆପଣ ନିଜ ଇଚ୍ଛା ଅନୁସାରେ ଏହାକୁ ପରିବର୍ତନ ମଧ୍ୟ କରି ପାରିବେ । ତେବେ ଜାଣନ୍ତୁ ଏଥିପାଇଁ 

ଆବଶ୍ୟକୀୟ ସାମଗ୍ରୀ- ୧୦୦ ଗ୍ରାମ ସିୟର ଫିସ୍, ୫୦ ଗ୍ରାମ ଗ୍ରେଟେଡ କୋକନଟ, ୧/୪ ଇଂଚ ଅଦା, ୧/୨ କପ ପ୍ୟୁରିଡ ହଳଦୀ, ୧ଟିସ୍ପୁନ ଲୁଣ, ୧/୪ ଟି ସ୍ପୁନ ହଳଦୀ ପାଉଡର । ପେଷ୍ଟ ପ୍ରସ୍ତୁତ କରିବା ପାଇଁ - ୨ ଛୋଟ କଂଚାଲଙ୍କା, ୧/୨ ନାଲି ଲଙ୍କା ଗୁଣ୍ଡ, ୨ଟା ପିଆଜ କଟା, ୧ ଟେବୁଲ ସ୍ପୁନ କୋକନଟ ତେଲ, ୧ ନାଲି ଲଙ୍କା, ୧/୪ ଶୋରିଷ ଦାନା, ୧ମୁଠା ଭୁରୁଶୁଙ୍ଗା ପତ୍ର । 

ବିଧି- ନଡିଆ ଏବଂ ହଳଦୀକୁ ଗ୍ରାଇଣ୍ଡ କରି ପେଷ୍ଟ କରିନିଅନ୍ତୁ । ଏବେ ତେନ୍ତୁଳି ଏକ୍ସଟ୍ରାକ୍ଟ, ନାଲି ଲଙ୍କା ଗୁଣ୍ଡ, ଅଦା, ଲୁଣ ଏବଂ କଂଚା ଲଙ୍କା ଏକ ପ୍ୟାନରେ ପକାନ୍ତୁ । ଏବେ ଏଥିରେ ଗ୍ରାଇଣ୍ଡ ହୋଇଥିବା କକନଟ ପେଷ୍ଟ ପକାଇ ଭଲ ଭାବରେ ମିକ୍ସ କରି ନିଅନ୍ତୁ । ଏବେ ଏହାକୁ ୨ମିନିଟ ପର୍ଯ୍ୟନ୍ତ ହାଲୁକା ଆଂଚରେ ଶିଝାନ୍ତୁ । ଶିଝିଗଲା ପରେ ଏଥିରେ ମାଛ ପକାଇ ମିଶ୍ରଣକୁ ଟିକେ ଗାଢା ହେବା ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ଏବେ ଗ୍ରାଇଣ୍ଡ କରାଯାଇଥିବା ଶୋରିଷ ବଟାରେ କୋକନଟ ଅଏଲ ପକାଇ ଫ୍ରାଏ କରି ନିଅନ୍ତୁ । ଏହି ମସଲାକୁ ଏବେ ମାଛ ଉପରେ ଢାଳି ଦିଅନ୍ତୁ ଏବଂ ଉପରୁ ପିଆଜ ପକାଇ ଧୀରେ ଧୀରେ ଘାଂଟନ୍ତୁ । ଦେଖନ୍ତୁ ଯେପରି ମାଛ ଗୁଣ୍ଡ ନହୋଇଯିବ । ଏହାକୁ ୫ ମିନିଟ ଫ୍ରାଏ କଲା ପରେ ପ୍ରସ୍ତୁତ ହୋଇଯିବ ଆପଣଙଯକର ମାଲବାର ଫିସ୍ କରି । 

Subscribe

National International State Sports Entertainment