ଏଥର ଘରେ ପ୍ରସ୍ତୁତ କରନ୍ତୁ ପନୀର-ଆଳୁ କୋପ୍ତା
Khabar Odisha:Lifestyle-Odisha-paneer-aloo-kofta-recipe
ଭୁବନେଶ୍ୱର , ଫେବୃଆରୀ ୦୬(ଖବର ଓଡ଼ିଶା):

 ଆସନ୍ତୁ ଆଜି ପନୀର-ଆଳୁ କୋପ୍ତା କିପରି ପ୍ରସ୍ତୁତ କରାଯାଏ ଜାଣିବା। ଏହାକୁ ଆପଣ ଭାତ କିମ୍ବା ରୁଟି ସହ ଖାଇପାରିବେ । ମଧ୍ୟାହ୍ନ ଭୋଜନ ଓ ରାତ୍ରି ଭୋଜନରେ ସାମିଲ କରି ଏହି ସ୍ୱାଦିଷ୍ଟ ଖାଦ୍ୟର ମଜା ନେଇ ପାରିବେ।

ସାମଗ୍ରୀ :

ଆଳୁ : ଚାରୋଟି

ପନୀର : ୧୨୫ ଗ୍ରାମ

ପୋସ୍ତ :୧/୪ କପ

ଟମାଟୋ : ୩ଟି

ଲଙ୍କା : ୨ଟି

କର୍ଣ୍ଣ ଫ୍ଲୋର : ୧/୪ କପ

ଧନିଆ ପତ୍ର : ୨ରୁ ୩ ଚାମଚ

କାଜୁ : ଛୋଟ କଟା ହୋଇଥିବା ୫,୬ଟା

କିସମିସ୍ : ୧୫ରୁ ୨୦ଟି

ଅଦା ପେଷ୍ଟ: ଏକ ଚାମଚ

ଲଙ୍କା ପାଉଡ଼ର :  ୧/୨ ଚାମଚ

ଜିରା :୧/୪ କପ

ହଳଦି ଗୁଣ୍ଡ : ୧/୨ ଚାମଚ

ଧନିଆ ଗୁଣ୍ଡ: ଏକ ଚାମଚ

ଗରମ ମସଲା : ୧/୪ ଚାମଚ

ଲୁଣ : ସ୍ୱାଦନୁସାରେ

ତେଲ : ଛାଣିବା ପାଇଁ

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ଗୋଟିଏ ପାତ୍ରରେ ସିଝା ଆଳୁ ଓ ପନୀରକୁ ଚକଟି ଦିଅନ୍ତୁ । ସେଥିରେ ଲଙ୍କା , ଲୁଣ ଓ ଧନିଆ ପତ୍ର,କର୍ଣ୍ଣଫ୍ଲୋର , କାଜୁ ,କିସମିସ ପକାଇ ଗୋଳାଇ ଦିଅନ୍ତୁ । ଭଲଭାବେ ମିଶିବା ଭଳି ଗୋଳାନ୍ତୁ । ଅନ୍ୟ ପଟେ ଗ୍ୟାସ ଅନ କରନ୍ତୁ । ସେଥିରେ ଗୋଟିଏ କଢେଇ ବସାଇ ତେଲ ପକାନ୍ତୁ। ତେଲ ଗରମ ହେବା ସମୟରେ ଗୋଳାଯାଇଥିବା ମିକ୍ସକୁ ଗୋଲ କରି ସେଥିରେ କାଜୁ ଉପରେ ରଖି ଗୋଲ କରନ୍ତୁ ।  ଗରମ ହୋଇଥିବା ତେଲରେ କୋପ୍ତାକୁ ପକାଇ ଗୋଲ୍ଡେନ ବ୍ରାଉନ ହେବା ଯାଏଁ ଛାଣନ୍ତୁ । ଏହା ପରେ ଅନ୍ୟ ଏକ ପାତ୍ରକୁ ବାହାର କରି ରଖନ୍ତୁ ।

ଗ୍ୟାସ ଅନ କରି ଗୋଟିଏ କଢେଇରେ ଚାରି ଚାମଚ ତେଲ ପକାନ୍ତୁ। ତେଲ ଗରମ ହେବା ପରେ ସେଥିରେ ଜିରା ପକାନ୍ତୁ । ସେଥିରେ ଧନିଆ ଗୁଣ୍ଡ ଅଦା ପେଷ୍ଟ ପକାଇ ମସଲାଟିକୁ ଅଳ୍ପ ଭାଜି ନିଅନ୍ତୁ। ସେଥିରେ ଟମାଟୋ , ଲଙ୍କା , ପୋସ୍ତ ପେଷ୍ଟ ଓ ଲଙ୍କା ଗୁଣ୍ଡ ପକାଇ ଭଲ ଭାବେ ଭାଜନ୍ତୁ । ଭାଜି ହେବା ପରେ ସେଥିରେ ଅଳ୍ପ ପାଣି ପକାନ୍ତୁ। ଲୁଣ ସ୍ୱାଦ ଅନୁସାରେ ପକାଇବା ସହ ଗରମ ମସଲା ଓ ଧନିଆପତ୍ର ପକାଇ ଅଳ୍ପ ସମୟ ଘୋଡ଼େଇ ଦିଅନ୍ତୁ । ପ୍ରସ୍ତୁତ ହୋଇଥିବା ଗ୍ରେଭିରେ କୋପ୍ତା ପକାନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କ ପନୀର ଆଳୁ କୋପ୍ତା ।

Subscribe

National International State Sports Entertainment