ଆମେରିକା:ଜାନୁୟାରୀ ୨୦ରୁ ଆମେରିକାରେ ପୁଣିଥରେ ଆରମ୍ଭ ହେବ ଟ୍ରମ୍ପଙ୍କ ଶାସନ । ଆମେରିକା ରାଷ୍ଟ୍ରପତି ଭାବେ ଜାନୁୟାରୀ ୨୦ରେ ଶପଥ ଗ୍ରହଣ କରିବେ ଡୋନାଲ୍ଡ ଟ୍ରମ୍ପ । ୨୦ ତାରିଖ ଦିନ ୧୨ଟାରେ (ଭାରତୀୟ ସମୟ ଅନୁଯାୟୀ ରାତ୍ର ସାଢେ ୧୦ଟା) ରେ ରହିଛି ଟ୍ରମ୍ପଙ୍କ ଶପଥ ସମାରୋହ ।
ସେହିପରି ବୁଧବାର (୧୫ ଜାନୁୟାରୀ)ରେ ସରିଛି ପୂର୍ବତନ ରାଷ୍ଟପତି ଭାବେ ଜୋ-ବାଇଡେନଙ୍କ ୪ ବର୍ଷିଆ କାର୍ଯ୍ୟକାଳ । ଏହି ପରିପେକ୍ଷୀରେ ବାଇଡେନ ହ୍ବାଇଟ୍ ହାଉସରେ ଦେଇଥିବା ବିଦାୟକାଳୀନ ଭାଷଣରେ କହିଛନ୍ତି, ତାଙ୍କ ପ୍ରଶାସନର ସୁଫଳ ଆଗାମୀ ଦିନରେ ଆମେରିକାବାସୀ ଦେଖିବାକୁ ପାଇବେ। ସୁଶାସନର ଯେଉଁ ମଞ୍ଜି ତାଙ୍କ ସରକାର ବିପଣନ କରିଯାଇଛନ୍ତି ତାହା ବିକଶିତ ହୋଇ ଆଗାମୀ ଦଶନ୍ଧି ଧରି ପ୍ରସ୍ଫୁଟିତ ହେବ। ଏହା ସହିତ ସେ ଆରମ୍ଭ କରିଥିବା ପରମ୍ପରାକୁ ତାଙ୍କ ଉତ୍ତରାଧିକାରୀ ବଜାୟ ରଖିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି। କାର୍ଯ୍ୟକାଳ ଶେଷ ଦିନରେ ବାଇଡେନ ଆମେରିକାବାସୀଙ୍କୁ ଏକ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ କିଛି ଅତି ଧନୀଙ୍କ ପାଖରେ କ୍ଷମତା ରହିବା ଆମେରିକା ପାଇଁ ବିପଦ ହୋଇପାରେ।