ଆମେରିକାରେ କୋଲକାତାର ଭରତନାଟ୍ୟମ ଏବଂ କୁଚୁପୁଡି ନୃତ୍ୟଶିଳ୍ପୀ ଅମରନାଥ ଘୋଷଙ୍କୁ ଗୁଳି କରି ହତ୍ୟା କରାଯାଇଛି । 'ସାଥ ନିଭାନା ସାଥିଆ'ରେ ଗୋପୀ ବାହୁ ଭୂମିକାରେ ଅଭିନୟ କରିଥିବା ଜଣାଶୁଣା ଅଭିନେତ୍ରୀ ଦେଭୋଲିନା ଭଟ୍ଟାଚାର୍ଜ ଏହି ସୂଚନାକୁ ଏକ୍ସ (ପୂର୍ବ ଟ୍ୱିଟର) ରେ ପୋଷ୍ଟ କରିଛନ୍ତି ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଏହି ଘଟଣାର ତଦନ୍ତ ଦାବି କରିଛନ୍ତି।
ଭାରତର ମହାବାଣିଜ୍ୟ ଦୂତାବାସ ଅମରନାଥ ଘୋଷଙ୍କ ହତ୍ୟାରେ ଶୋକ ପ୍ରକାଶ କରିଛନ୍ତି । ଏକ୍ସରେ ପୋଷ୍ଟ କରି ଅମରନାଥଙ୍କ ପରିବାର ଓ ବନ୍ଧୁଙ୍କୁ ଗଭୀର ସମବେଦନା ଜଣାଇଛନ୍ତି । ଏହା ସହ ଏକ୍ସରେ ସୂଚନା ଦିଆଯାଇଛି ଯେ ଫୋରେନସିକ ଏବଂ ପୋଲିସ ପକ୍ଷରୁ ଅନୁସନ୍ଧାନ ଜାରି ରହିଛି ଏବଂ ସମ୍ପୂର୍ଣ୍ଣ ସହଯୋଗ ପାଇଁ ମଧ୍ୟ ଯଥାସମ୍ଭବ ଚେଷ୍ଟା ଜାରି ରହିଛି ।
ଦେଭୋଲିନା ଭଟ୍ଟାଚାର୍ଜଙ୍କ ଅନୁଯାୟୀ, ୨୭ ଫେବୃଆରୀ ସନ୍ଧ୍ୟାରେ ମିଶରୀର ସେଣ୍ଟ ଲୁଇସରେ ଅମରନାଥ ଘୋଷଙ୍କୁ ହତ୍ୟା କରାଯାଇଛି । ଅମରନାଥ ଘୋଷ ସେଣ୍ଟ ଲୁଇସର ୱାଶିଂଟନ ୟୁନିଭର୍ସିଟିରୁ ନୃତ୍ୟରେ ମାଷ୍ଟର ଅଫ୍ ଫାଇନ ଆର୍ଟ (ଏମଏଫଏ) ଅଧ୍ୟୟନ କରୁଥିଲେ। ସନ୍ଧ୍ୟା ସମୟରେ ବୁଲିବାକୁ ଯାଇଥିବା ସମୟରେ ଜଣେ ଅଜ୍ଞାତ ବ୍ୟକ୍ତି ତାଙ୍କ ଉପରୁଣାକୁ ଗୁଳି ଚଳାଇଥିଲା ।
ଭଟ୍ଟାଚାର୍ଜଙ୍କ ଟ୍ୱିଟ ଅନୁଯାୟୀ ଘୋଷଙ୍କ ପିତାମାତାଙ୍କର ମୃତ୍ୟୁ ଘଟିଛି । ଆକ୍ରମଣକାରୀ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରିନାହିଁ । କିଛି ବନ୍ଧୁଙ୍କ ବ୍ୟତୀତ ଘୋଷଙ୍କର କୌଣସି ପରିବାର ନାହିଁ। ଘୋଷଙ୍କ ମୃତଦେହକୁ ଭାରତକୁ ଫେରାଇ ଆଣିବାକୁ ମଧ୍ୟ ନିବେଦନ କରିଛନ୍ତି। କିନ୍ତୁ, ଏପର୍ଯ୍ୟନ୍ତ ଏହା ଉପରେ କୌଣସି ସୂଚନା ମିଳିପାରି ନାହିଁ ।
ଅଧିକ ପଢନ୍ତୁ : ନ୍ୟୁୟର୍କରେ ଅଗ୍ନିକାଣ୍ଡ: ଭାରତୀୟ ସାମ୍ବାଦିକଙ୍କ ମୃତ୍ୟୁ