ନୂଆଦିଲ୍ଲୀ: ଶ୍ରୀଲଙ୍କା କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବିଶିଷ୍ଟ କ୍ରିକେଟର୍ ବଡ଼ ଅଭିଯୋଗ ଆଣିଛନ୍ତି । ସେ ଏବଂ ତାଙ୍କ ପରିବାର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଭେଦଭାବର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି । ଆୟରଲ୍ୟାଣ୍ଡ ରାଜଧାନୀ ଡବଲିନ ଅନ୍ତର୍ଜାତୀୟ ବିମାନ ବନ୍ଦର କର୍ମଚାରୀ ତାଙ୍କ ସହିତ ଦୁର୍ବ୍ୟବହାର କରିବା ଏବଂ ଧମକ ଦେଇଥିବା ସାଙ୍ଗାକାରା କହିଛନ୍ତି ।
କୁମାର ସାଙ୍ଗାକାରା ସାମାଜିକ ଗଣମାଧ୍ୟମକ ଏକ୍ସରେ ଉଲ୍ଲେଖ କରିଛନ୍ତି ଯେ ଡବଲିନର ରାୟନଏୟର ଫାଟକ ନିକଟରେ କର୍ମଚାରୀମାନେ ତାଙ୍କୁ ଏବଂ ତାଙ୍କ ପରିବାର ସହିତ ଦୁର୍ବବ୍ୟବହାର କରିଛନ୍ତି । ତାଙ୍କ ପରିବାର ଭେଦଭାବର ଶିକାର ହୋଇଛନ୍ତି । କର୍ମଚାରୀଙ୍କ କଥା କହିବାର ଶୈଳୀ ସମ୍ପୂର୍ଣ୍ଣ ଅନୁଚିତ ଥିଲା । ଏହା ସହିତ ତାଙ୍କୁ ଧମକ ମଧ୍ୟ ଦିଆଯାଇଥିଲା । ସାଙ୍ଗାକାରାଙ୍କ ଏହି ପୋଷ୍ଟ ଦେଖିବା ପରେ ଅନେକ କ୍ରିକେଟ ପ୍ରେମୀ ଏହାକୁ ନାପସନ୍ଦ କରିଛନ୍ତି ।
ସାଙ୍ଗାକାରାଙ୍କ ପୋଷ୍ଟରେ କମେଣ୍ଟ କରି ଶ୍ରୀଲଙ୍କା କ୍ରିକେଟର୍ ସଞ୍ଜିବ ବୀରବାରନ ମଧ୍ୟ ନିଜର ସମାନ ଅନୁଭବ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେ ବିଦେଶ ଗସ୍ତ ସମୟରେ ମଧ୍ୟ ତାଙ୍କୁ ଏଭଳି ଭେଦବାର ସାମ୍ନାର କରିବାକୁ ପଡ଼ିଛି ।
ତେବେ ଏ ସଂକ୍ରାନ୍ତରେ ଆୟରଲ୍ୟାଣ୍ଡ ପକ୍ଷରୁ କୌଣସି ଜବାବ ଦିଆଯାଇ ନାହିଁ । ଏ ଅପ୍ରୀତିକର ଘଟଣାର ଯାଞ୍ଚ ଚାଲିଛି କି ନାହିଁ ତାହା ମଧ୍ୟ ସ୍ପଷ୍ଟ କରାଯାଇ ନାହିଁ ।
କୁମାର ସାଙ୍ଗାକାରା ବର୍ତ୍ତମାନ ଆଇପିଏଲ୍ ଟିମ ରାଜସ୍ଥାନ ରୟାଲ୍ସର ମୁଖ୍ୟ ପ୍ରଶିକ୍ଷକ ଅଛନ୍ତି । ସେ ୨୦୧୫ ମସିହାରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ । ସେ ୫୯୪ ଅନ୍ତର୍ଜାତୀୟ ମ୍ୟାଚ ଖେଳି ୨୮୦୧୬ ରନ୍ କରିଛନ୍ତି । ଯେଉଁଥିରେ ୬୩ଟି ଶତକ ଏବଂ ୧୫୩ ଅର୍ଦ୍ଧ ଶତକ ସାମିଲ ଅଛି ।