ଆମେ ଇଂଲଣ୍ଡକୁ ଇଂଲଣ୍ଡରେ ହରାଇ ପାରିବୁ - ପାକିସ୍ତାନ ଅଧିନାୟକ ଆଝାର ଅଲ୍ଲୀ
Khabar Odisha:We-can-beat-England-in-England---Pakistan-captain-Azhar-Alli
ଇଂଲଣ୍ଡ, ଜୁନ ୨୮ (ଖବର ଓଡ଼ିଶା):

ଯଦି ପାକିସ୍ତାନ ଦଳ ଟେଷ୍ଟ ଇନିଂସରେ 300 ରୁ ଉର୍ଦ୍ଧ ରନ କରିବ ତେବେ ଇଂଲଣ୍ଡ ଦଳକୁ ଇଂଲଣ୍ଡରେ ହରାଇପାରିବ ବୋଲି ପାକିସ୍ତାନୀ ଟେଷ୍ଟ ଅଧିନାୟକ ଆଝାର ଅଲ୍ଲୀ ମତ ଦେଇଛନ୍ତି । 

ଏହା ସହ ଦଳରେ ରହିଥିବା ଯୁବ ଫାଷ୍ଟ ବୋଲରମାନେ ଯଥା ନସିମ ସାହା, ମହମ୍ମଦ ହାସନାନ, ସହୀନ ସାହା ଆଫ୍ରିଦି ଏବଂ ମୁଷା ଖାନ ଏହି ଇଂଲଣ୍ଡର କଣ୍ଡିସନରେ ବହୁତ ଭଲ ପ୍ରଦର୍ଶନ କରିବେ ବୋଲି ପାକିସ୍ତାନୀ ଅଧିନାୟକ ଆଶା ରଖିଛନ୍ତି ।

ଏହା ସହ ସିଏ ନିଜେ କିଛିଦିନ ହେବ ଇଂଲଣ୍ଡରେ ରହି କାଉଣ୍ଟି କ୍ରିକେଟ ଖେଳୁଛନ୍ତି । ତେବେ ତାଙ୍କର ଏହି ଅନୁଭବ ଯୁବ ଖେଳାଳି ମାନଙ୍କୁ ସହାୟକ ହେବ ଏବଂ ଯଦି ପାକିସ୍ତାନୀ ବ୍ୟାଟ୍ସମ୍ୟାନ ମାନେ ଇଂଲଣ୍ଡର ଫାଷ୍ଟ ବୋଲରଙ୍କୁ ସତର୍କତାର ସହ ଖେଳିବେ ତେବେ ନିହାତି ସଫଳ ହେବେ ବୋଲି ଅଲ୍ଲୀ ମତ ଦେଇଛନ୍ତି ।

  • Tags:

Subscribe

National International State Sports Entertainment