ପ୍ରତିବର୍ଷ ଡିସେମ୍ବର ୧କୁ " ବିଶ୍ଵ ଏଡସ୍ ଦିବସ " ଭାବେ ପାଳନ କରାଯାଉଛି । ୧୯୮୮ ମସିହାରୁ ଏହି ଦିନ ପାଳନ ପାଇଁ ଘୋଷଣା କରାଯାଇଥିଲା । ଏଚ୍.ଆଇ.ଭି ସଂକ୍ରମଣର ବିସ୍ତାର ହେତୁ ଏଡସ୍ ମହାମାରୀ ବିଷୟରେ ସଚେତନତା ସୃଷ୍ଟି କରିବା । ଏଡସ୍ ରୋଗ ସାରା ବିଶ୍ଵରେ ତାର କୁଛାୟା ବିସ୍ତାର କରିବାରେ ଲାଗୁଛି । ଏହି ରୋଗରୁ ସାରା ବିଶ୍ଵକୁ ରକ୍ଷା କରିବା ପାଇଁ ସମସ୍ତଙ୍କୁ ଏହି ରୋଗ ସମ୍ପର୍କରେ ଅବଗତ କରାଇବା । ଏହା ଏଡ୍ସ (AIDS)ର ସଂକ୍ରମଣକୁ ପ୍ରତିରୋଧ କରିବା ନିମନ୍ତେ ଆଜିର ଦିନ ପାଳନ କରାଯାଇଥାଏ ।
ସରକାରୀ ଓ ସ୍ୱାସ୍ଥ୍ୟ କର୍ମଚାରୀମାନେ ଏହି ଦିନଟିକୁ ଏଡ୍ସ ବାବଦରେ ଭାଷଣ ଦେଇ ଜନସଚେତନତା ତିଆରି କରି ପାଳନ କରିଥାନ୍ତି । ସଚେତନତା ଅଭାବରୁ ଏଡ୍ସ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ସେଥିପାଇଁ ସଚେତନତା ଅତ୍ୟନ୍ତ ଜରୁରୀ । ଗତ ୨୧ ବର୍ଷରେ ୩୫ରୁ ୪୯ ବର୍ଷ ବୟସ୍କ ୧୫.୬୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୦ବର୍ଷରୁ ଉର୍ଦ୍ଧ ମାତ୍ର ୪୫୫ ଜଣ ଏଚ୍ଆଇଭି ପଜିଟିଭ ଚିହ୍ନଟ ହୋଇଛନ୍ତି।
ଆଗକୁ ପଢ଼ନ୍ତୁ : ଆଜି ହେଉଛି ବିଶ୍ୱ ଟେଲିଭିଜନ ଦିବସ