ଆଜି ହେଉଛି ବିଶ୍ୱ ଟେଲିଭିଜନ ଦିବସ । ଟେଲିଭିଜନ ଏକ ମାଧ୍ୟମ ଯାହା ଦ୍ୱାରା ଶିକ୍ଷା, ସମାଚାର, ରାଜନୀତି, ଗପସପ,ମନୋରଞ୍ଜନ କାର୍ଯ୍ୟକ୍ରମ ଇତ୍ୟାଦି ଜଣ ସାଧାରଙ୍କ ପାଖରେ ପହଞ୍ଚି ଥାଏ । ବିଶ୍ବରେ ଅଧିକାଂଶ ଲୋକଙ୍କୁ ଶିକ୍ଷିତ କରିବାରେ ଟେଲିଭିଜନକୁ ମାଧ୍ୟମ ଭାବରେ ବ୍ୟବହାର କରାଯାଏ । ସମାଜକୁ ଯଥା ସମୟରେ ଯୋଗାଯୋଗ ଏବଂ ସୂଚନା ବିସ୍ତାର କରିବାକୁ ଟେଲିଭିଜନ୍ର ମହତ୍ୱପୂର୍ଣ୍ଣ ଭୂମିକା ରହିଛି । ୧୯୯୬ ମସିହା ୨୧ ନଭେମ୍ବର ଏବଂ ୨୨ ନଭେମ୍ବରରେ ଯୁକ୍ତରାଷ୍ଟ୍ର ଆମେରିକା ପ୍ରଥମ ଟେଲିଭିଜନ ମଞ୍ଚ ଆୟୋଜିତ କରିଥିଲା।
ପରେ ଜାତିସଂଘ ସମସ୍ତ ରାଷ୍ଟ୍ରକୁ ଆମନ୍ତ୍ରଣ କରି ବିଶ୍ୱରେ ସବୁ ଦେଶ ମଧ୍ୟରେ ଟେଲିଭିଜନ କାର୍ଯ୍ୟକ୍ରମର ଆଦାନପ୍ରଦାନକୂୁ ପ୍ରୋତ୍ସାହିତ କରି ସେହି ବର୍ଷ ୨୧ ନଭେମ୍ବରରେ ବିଶ୍ୱ ଟେଲିଭିଜନ ଦିବସ ପାଳନ କରାଯିବା ଲାଗି ଘୋଷଣା କରିଥିଲା। ଟେଲିଭିଜନ ମାଧ୍ୟମରେ କିପରି ବିଶ୍ୱରେ ଅର୍ଥନୀତି, ସୁରକ୍ଷା, ଶାନ୍ତି,ସାମାଜିକ ବିକାଶ ଓ ସାଂସ୍କୃତିକ ପରିବର୍ତ୍ତନକୁ ଆଗକୁ ନେଇ ହେବ ତା’ ଉପରେ ଗୁରୁତ୍ୱ ଦେଇ ଏହି ଦିବସ ପାଳନ କରିଥିଲା। ସେବେଠାରୁ ପ୍ରତିବର୍ଷ ନଭେମ୍ବର ୨୧ ତାରିଖରେ ବିଶ୍ୱ ଟେଲିଭିଜନ ଦିବସ ପାଳନ କରାଯାଉଛି ।
ସମାଜ ଉପରେ ପ୍ରଭାବ ପକାଉଥିବା ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଉପରେ ନିରପେକ୍ଷ ମତ ବା ଖବର ପରିବେଷଣ କରି ସେଥିରେ ସୁଧାର ଆଣିବାରେ ଟେଲିଭିଜନ ମିଡିଆକୁ ସରକାର,ଅନୁଷ୍ଠାନ ତଥା ବ୍ୟକ୍ତିମାନେ ସମର୍ଥନ ଜଣାଇ ଏହି ଦିବସ ପାଳନ କରାଯାଉଛି। ଏହି ଦିବସ ଅବସରରେ ପ୍ରିଣ୍ଟ୍, ଅନ୍ଲାଇନ, ବ୍ରଡ୍କାଷ୍ଟ ମିଡିଆରେ ଏହି ଦିବସ ସମ୍ପର୍କରେ ପ୍ରକାଶ ପାଏ। ରେଡିଓରେ ଏହି ଦିବସ ସମ୍ବନ୍ଧରେ ତଥ୍ୟ ପରିବେଷଣ କରାଯାଏ। ଟେଲିଭିଜନ ଦ୍ୱାରା ଲୋକମାନେ ଦେଶ ଦୁନିଆର ସୂଚନା ପାଇବା ସହ ଦେଶର ବିକାଶ ମଧ୍ୟ ହୋଇପାରିଛି ।
ଅଧିକ ପଢନ୍ତୁ :ଆଜି ହେଉଛି ବିଶ୍ୱ ମଧୁମେହ ବା ଡାଇବେଟିସ ଦିବସ