ଆଜି ହେଉଛି ବିଶ୍ୱ ମଧୁମେହ ବା ଡାଇବେଟିସ ଦିବସ । ସ୍ୱାସ୍ଥ୍ୟ ଉପରକୁ କଥା ଆସିଲେ ସମସ୍ତେ ସତର୍କ ରହିବାକୁ ଚେଷ୍ଟା କରନ୍ତି । ଶରୀରରେ ଅନେକ ପ୍ରକାର ରୋଗ ହୋଇଥାଏ । କିଛି ରୋଗ କିଛିଦିନ ପର୍ଯ୍ୟନ୍ତ ରହିଥାଏ ତ ଆଉ କିଛି ରୋଗ ଜୀବନ ବ୍ୟାପି ରହିଥାଏ । ଏହାରି ମଧ୍ୟରେ ମଧୁମେହ ବା ଡାଇବେଟିସ ଏକ ରୋଗ ଯାହା ଜୀବନ ବ୍ୟାପି ରହିଥାଏ । ତେଣୁ ମଧୁମେହ ରୋଗ ଓ ଏହାର ନିରାକରଣ ସମ୍ପର୍କରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଚି କରିବା ହେଉଛି ଏହି ଦିବସ ପାଳନର ଲକ୍ଷ୍ୟ। ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ବିଶ୍ୱ ମଧୁମେହ ଦିବସ ଭାବେ ପାଳନ କରାଯାଏ ।
ବିଶ୍ୱରେ ଦ୍ରୁତ ଗତିରେ ମଧୁମେହ ରୋଗ ବୃଦ୍ଧି ପାଇବାରେ ଲାଗିଛି । ମଧୁମେହ ରୋଗକୁ କେବଳ ଇନସୁଲିନ୍ ଇଞ୍ଜେକ୍ସନ୍ ଦ୍ୱାରା ରୋକା ଯାଇଥାଏ । ସାରା ବିଶ୍ଵରେ ସଚେତନତା ସୃଷ୍ଟି କରିବା ପାଇଁ ଆଜିର ଦିନକୁ " ବିଶ୍ୱ ମଧୁମେହ ଦିବସ " ଭାବେ ପାଳନ କରାଯାଏ । ମଧୁମେହ ରୋଗର ସ୍ଥିତିର ଉତ୍ତମ ନିରାକରଣ ଏବଂ ପରିଚାଳନା ପାଇଁ ସାମୂହିକ ତଥା ବ୍ୟକ୍ତିଗତ ଭାବରେ କଣ କରିବା ଆବଶ୍ୟକ ସେଥିପ୍ରତି ଲୋକମାନଙ୍କୁ ଅବଗତ କରାଇବା । ମଧୁମେହ ହେଉଛି ଏକ ଦୀର୍ଘସ୍ଥାୟୀ ରୋଗ ଯାହା ଆପଣଙ୍କ ଶରୀର ପାଇଁ ଖାଉଥିବା ଖାଦ୍ୟକୁ ଶକ୍ତିରେ ପରିଣତ କରେ ତାହା ଉପରେ ପ୍ରଭାବ ପକାଇଥାଏ ।
ସାଧାରଣତଃ ଶରୀରରେ ସର୍କରାର ମାତ୍ରା ଅଧିକ ବଢ଼ିଗଲେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ। ମଧୁମେୟ ଦ୍ୱାରା ପୀଡିତ ଲୋକମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମିବାକୁ ଲାଗିଥାଏ, କେବଳ ଏତିକି ନୁହେଁ ସର୍କରାର ମାତ୍ରା ଅତ୍ୟଧିକ ବଢ଼ିଗଲେ ଏହା ମଣିଷକୁ ମୃତ୍ୟୁ ମୁଖକୁ ଟାଣି ନେଇଥାଏ। ମଧୁମେୟ ଶରୀରର ବିଭିନ୍ନ ଅଙ୍ଗ ଉପରେ ମଧ୍ୟ ପ୍ରଭାବ ପକାଇ ଥାଏ । ଯାହାଦ୍ୱାରା ଶରୀର ଧୀରେ ଧୀରେ ଦୁର୍ବଳ ହୋଇଯାଏ । ମଧୁମେୟହ ରୋଗ ପାଇଁ ସର୍ତଟିକଟ ଅବଲମ୍ବନ କରିବା ନିତ୍ୟାନ୍ତ ଆବଶ୍ୟକ । ବିଶ୍ୱ ମଧୁମେହ ଦିବସ ପାଳନ ଦ୍ୱାରା ଲୋକମାନଙ୍କୁ ମଧୁମେହ ରୋଗକୁ ନିୟନ୍ତ୍ରଣ କରିବା ପାଇଁ ବାର୍ତ୍ତା ଦିଆଯାଇଥାଏ । ତେଣୁ ସ୍ୱାସ୍ଥ୍ୟର ଉତ୍ତମ ନିରାକରଣ ଏବଂ ପରିଚାଳନା ପାଇଁ ସାମୂହିକ ତଥା ବ୍ୟକ୍ତିଗତ ଭାବରେ କଣ କରିବା ଆବଶ୍ୟକ ଏହି ଦିବସ ସାରା ବିଶ୍ୱକୁ ସଚେତନତାର ବାର୍ତ୍ତା ଦେଇଥାଏ ।
ଅଧିକ ପଢନ୍ତୁ ;ଚିହ୍ନଟ ହେଲା ବୟସ ବଢାଉଥିବା କୋଷିକା