ମଣିଷର ବୟସ ବଢ଼ିବା ସହ ଏହାକୁ ନେଇ ମାନସିକ ଚିନ୍ତା ମଧ୍ୟ ବଢ଼ିଥାଏ । କାରଣ ବୟସ ବଢିବା ଦ୍ୱାରା ସମସ୍ତଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ତେବେ ଏହି ବୟସ କେମିତି ବଢିଥାଏ ବା ଏହାକୁ ବଢାଉଥିବା କୋଷିକା ଗୁଡ଼ିକ କିପରି କାର୍ଯ୍ୟ କରେ ତାହା ଚିନ୍ ରେ ଏକ ପରୀକ୍ଷଣ ଦ୍ୱାରା ଦର୍ଶା ଯାଇଛି ।
ନିକଟରେ ଚୀନର ଏକ ବୈଜ୍ଞାନିକ ଟିମ୍ ବୟସ ବୃଦ୍ଧି ପ୍ରକ୍ରିୟାକୁ ଦ୍ରୁତ କରୁଥିବା କୋଷିକା ସମୂହ ଚିହ୍ନଟ କରିଛନ୍ତି। ଏହି ଅଧ୍ୟୟନର ତଥ୍ୟ ନେଚର ପତ୍ରିକାରେ ପ୍ରକାଶ ପାଇଛି । ଏହି କୋଷିକା ମେରୁଦଣ୍ଡରରେ ମୋଟର ନ୍ୟୁରନ୍ସ ଚତୁପାର୍ଶ୍ୱଙ୍କୁ ଘେରି ରହିଥାନ୍ତି । Chinese Academy of Sciences' Institute of Zoologyର ବୈଜ୍ଞାନିକ ଲିଉ ଗୁଆଙ୍ଗଘୁଇ କହିଛନ୍ତି ଯେ, ଏହି ସ୍ୱତନ୍ତ୍ର କୋଷିକା ସମୂହର ନିର୍ଦ୍ଧିଷ୍ଟ ଜୀବନ ଉଦ୍ଦେଶ୍ୟ ଅଛି । ଏହି କୋଷିକା ଏକ ବିଷାକ୍ତ ପ୍ରୋଟିନ କ୍ଷରଣ କରେ । ଯାହା ମୋଟର ନ୍ୟୁରନ୍ସର ବୟସକୁ ବଢାଇ ଥାଏ ।
ଏହି କୋଷିକା 'ଚିଚିନେସ୍ 1' ନାମକ ପ୍ରୋଟିନ କ୍ଷରଣ କରେ । ଏହା ଆମ ବୟସ ବୃଦ୍ଧି ପ୍ରକ୍ରିୟାକୁ ଦ୍ରୁତ କରିଥାଏ । ଏହି ପ୍ରୋଟିନ ଆମ ଶରୀରରେ 'ଚିଚିନ' ଧାରଣ କରୁଥିବା ଜୀବାଣୁ ସହ ଲଢ଼ିବାରେ ସାହାଯ୍ୟ କରେ । କିନ୍ତୁ କେତେକ ପରିସ୍ଥିତିରେ ହଜାର ହଜାର ସଂଖ୍ୟକ ଏମାନଙ୍କ ପ୍ରବାହ ହାନିକାରକ ହୋଇ ପାରେ ବୋଲି ବୈଜ୍ଞାନିକମାନେ କହିଛନ୍ତି ।
ଗବେଷଣରୁ ଆହୁରି ସ୍ପଷ୍ଟ ହେଲା, ବୟସ ବୃଦ୍ଧି ମାମଲାରେ ମୋଟର ନ୍ୟୁରନ୍ସ ମେରୁଦଣ୍ଡରେ ସବୁଠୁ ସମ୍ବେଦନଶୀଳ କୋଷିକା ହୋଇଥାଏ । ପରୀକ୍ଷାରେ ସାମିଲ ୧୭-୧୮ ବର୍ଷ ବୟସର ସାଇନୋମୋଲ୍ଗସ୍ ମାଙ୍କଡ଼ଙ୍କୁ ଦୈନିକ ୩୦ ମିଲିଗ୍ରାମର ଭିଟାମିନ୍-ସି ଦିଆଯାଇଥିଲା । ବୟସ୍କ ମାଙ୍କଡ଼ଙ୍କ ମୋଟର ନ୍ୟୁରନ୍ସ ନିମନ୍ତେ ବୟସ ସମ୍ପର୍କିତ ସଂଙ୍କେତରେ ସେମାନେ ଗୁରୁତ୍ୱପୂର୍ଣ୍ଣ ଉନ୍ନତି ଦେଖିବାକୁ ପାଇଥିଲେ । ଏଥିରେ ଭିଟାମିନ୍-ସି ଖୋରାକ ଲାଭଦାୟକ ହୋଇପାରେ ବୋଲି ବୈଜ୍ଞାନିକମାନେ ଦର୍ଶାଇଛନ୍ତି ।