ନୂଆଦିଲ୍ଲୀ: ଇସ୍ରାଏଲ ଓ ହମାସ ମଧ୍ୟରେ ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ହୋଇଥିବା ଅସ୍ତ୍ରବିରତି ବୁଝାମଣା ଭଙ୍ଗ ହେବାର ଦ୍ୱାର ଦେଶରେ ପହଞ୍ଚି ଯାଇଛି । ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଚେତାବନୀ ଦେଇଛନ୍ତି ଯେ, ହମାସ ବିରୋଧରେ ତାଙ୍କର ସୈନ୍ୟ ଅଭିଯାନ ପୂରା ହୋଇ ନାହିଁ ।
ନେତନ୍ୟାହୁ ସଂସଦରେ କହିଛନ୍ତି, ଇସ୍ରାଏଲ ସେନା ଗାଜା ଉପରେ ୧୫୩ ଟନ ବୋମା ପକାଇଛନ୍ତି । ଏହି ହମଲା ହମାସ ପକ୍ଷରୁ ହୋଇଥିବା ଅସ୍ତ୍ରବିରତି ଉଲ୍ଲଂଘନର ଜବାବରେ କରାଯାଇଛି । ସେ କହିଛନ୍ତି, ଆମର ଗୋଟିଏ ହାତରେ ହତିଆର ଥିବା ବେଳେ ଅନ୍ୟ ହାତ ଶାନ୍ତି ପାଇଁ ରହିଛି । ଶାନ୍ତି ପାଇଁ ମଜବୁତ ହେବାର ଆବଶ୍ୟକତା ରହିଛି । ଆଉ ଇସ୍ରାଏଲ ପୂର୍ବାପେକ୍ଷା ବହୁତ ମଜବୁତ ହୋଇଛି ।
ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଛନ୍ତି ଯେ ଗାଜାରେ ସାମରିକ ଅଭିଯାନ ଏପର୍ୟ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ । ଫଳରେ ଏବେ ଅସ୍ତ୍ରବିରତିର ସ୍ଥାୟୀତ୍ୱ ଉପରେ ପ୍ରଶ୍ନ ଉଠିଛି। ରାଫାରେ ହମାସର ଆଇଡିଏଫ୍ ଉପରେ ଆକ୍ରମଣ ପରେ ଇସ୍ରାଏଲ ବିମାନ ଆକ୍ରମଣ ଆରମ୍ଭ କରିଥିଲା, । ହମାସର ଏହି ଆକ୍ରମଣରେ ଦୁଇଜଣ ଇସ୍ରାଏଲୀ ସୈନିକଙ୍କ ମୃତ୍ୟୁ ହୋଇଥିଲା।
ନେତାନ୍ୟାହୁ ଏହି ଆକ୍ରମଣକୁ ଯୁଦ୍ଧବିରତିର ଏକ ସ୍ପଷ୍ଟ ଉଲ୍ଲଂଘନ ବୋଲି ବର୍ଣ୍ଣନା କରିଥିଲେ ଏବଂ କହିଥିଲେ ଯେ ଇସ୍ରାଏଲ ୧୨ ରୁ ଅଧିକ ଲକ୍ଷ୍ୟସ୍ଥଳରେ ଆକ୍ରମଣ କରି ପ୍ରତିଶୋଧ ନେଇଛି, ଯେଉଁଥିରେ ବରିଷ୍ଠ ହମାସ କମାଣ୍ଡରଙ୍କ ମଧ୍ୟ ସାମିଲ ଅଛି।
ଟାଇମ୍ସ ଅଫ୍ ଇସ୍ରାଏଲ ଅନୁଯାୟୀ, ନେତାନ୍ୟାହୁ ହମାସର ସାମରିକ ଏବଂ ଶାସନ କ୍ଷମତାକୁ ସମାପ୍ତ କରିବାକୁ ଆହ୍ୱାନ ଦେଇଛନ୍ତି। ସେ ଜୋର ଦେଇ କହିଛନ୍ତି ଯେ ଯୁଦ୍ଧବିରତି ହମାସକୁ ଇସ୍ରାଏଲକୁ ଧମକ ଦେବା ପାଇଁ ଲାଇସେନ୍ସ ଦିଏ ନାହିଁ।