ନୂଆଦିଲ୍ଲୀ, ଅଗଷ୍ଟ ୧୩ (ଖବର ଓଡ଼ିଶା): ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କହିଛି ଯେ, ୨୦୨୦ରେ ଦେଶ ଛାଡ଼ି ପଳାୟନ କରିସାରିଥିବା ୨ ଜଣ ଚୀନ ନାଗରିକଙ୍କ ଦ୍ୱାରା ବେଙ୍ଗାଲୁରୁ ଠାରେ ସ୍ଥାପିତ ମୁକୌଟା କଂପାନୀର ୩୭୦ କୋଟି ଟଙ୍କା ରାଶି ଜବତ କରାଯାଇଛି । ଏଥିରେ ବ୍ୟାଙ୍କରେ ନିବେଶ ଓ କ୍ରିପ୍ଟୋ କରେନ୍ସି ମଧ୍ୟ ସାମିଲ ରହିଛି । ସଂଘୀୟ ସଂସ୍ଥା କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁସ୍ଥିତ ‘ୟେଲୋ ଟ୍ୟୁନ୍ ଟେକ୍ନୋଲୋଜି ପ୍ରାଇଭେଟ କଂପାନୀର ପରିସରରୁ ଅଗଷ୍ଟ ୮ ତାରିଖରୁ ତିନିଦିନ ପର୍ଯ୍ୟନ୍ତ ଚଢ଼ଉ କରି ଏହାର ଆର୍ଥିକ କାରବାର ଉପରେ କଟକଣା ଲାଗୁ କରିଛି ।
ଇଡି କହିଛି ଯେ, ଚୀନ କଂପାନୀର କିଛି ଆପ୍ସ ଶୀଘ୍ର ବନ୍ଦ କରି ଦିଆଯାଇଛି । କାରଣ କଂପାନୀ ବେଆଇନ ଭାବରେ ଆପ୍ସ ମାଧ୍ୟମରେ ବ୍ୟବସାୟ କରୁଥିଲା । କଂପାନୀର ଲାଭକୁ ପରିବର୍ତ୍ତିତ କରିଦିଆଯାଇଛି । ଏଜେନ୍ସି ଏକ ବୟାନରେ କହିଛି ଯେ, କଂପାନୀ ବିଷୟରେ ଆର୍ଥିକ କାରବାର ନେଇ ତଦନ୍ତ ସମୟରେ ଜଣାପଡ଼ିଥିଲା ଯେ, ଅଭିଯୁକ୍ତମାନେ ଏନବିଏଫ୍ସି ଓ ତାଙ୍କର ଫିନଟେକ କଂପାନୀ ସମେତ ୨୩ଟି ସଂସ୍ଥା କ୍ରିପ୍ଟୋ ଏକ୍ସଚେଞ୍ଜ ଫିଲପୱେଲ୍ଟ ଟେକ୍ନୋଲୋଜୀୀ ପ୍ରାଇଭେଟ ଲିମିଟେଡ ପାଖରେ ଥିବା ୟେଲୋ ଟ୍ୟୁନ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡର ଖାତାରେ ୩୭୦ କୋଟି ଟଙ୍କା ଜମା ଥିବା ଜାଣିବାକୁ ପାଇଥିଲା ।