ମହାକାଶରେ ସୌର ଝଡ଼ ପାଇଁ ନାସା ପକ୍ଷରୁ ଆସିଛି ସତର୍କ ସୂଚନା । ନଭେମ୍ବର ୩୦ରେ ପୃଥିବୀକୁ ଧକ୍କା ଦେଇପାରେ ଏକ ସୌର ଝଡ଼ । ଯାହାର ପ୍ରଭାବରେ ରେଡିଓ ଏବଂ ଜିପିଏସ୍ ସିଗ୍ନାଲ ସାମାନ୍ୟ ବ୍ଲାକ୍ ଆଉଟ୍ ହେବାର ସମ୍ଭାବନା ରହିଛି । ନାସା ଏବଂ ମହାକାଶ ପାଣିପାଗ ବିଶେଷଜ୍ଞମାନେ ମହାକାଶର ଗତିବିଧିକୁ ନେଇ ଏହାର ଆକଳନ କରିଛନ୍ତି ।
ଧୀରେ ଧୀରେ ସୌର ଝଡ଼ ବୃଦ୍ଧି ପାଉଥିବାରୁ ମହାକାଶ ବିଜ୍ଞାନୀମାନେ ପ୍ରତିଦିନ ଆକାଶକୁ ନିରୀକ୍ଷଣ କରୁଛନ୍ତି।ମହାକାଶ ବିଜ୍ଞାନୀମାଙ୍କ ମତରେ କୋରୋନାଲ ମାସ୍ ଇଜେକ୍ସନ (ସିଏମ୍ଇ) କାରଣରୁ ନଭେମ୍ବର ୩୦ରେ ଏକ ସୌର ଝଡ଼ ପୃଥିବୀକୁ ଧକ୍କା ଦେବ। ଏହି ସୌର ଝଡ଼ ପ୍ରଭାବରୁ ଆକାଶ ଉଦ୍ଭାସିତ ହେବ । ସୌର ଝଡ଼ ସମୟରେ ରେଡିଓ ଏବଂ ଜିପିଏସ୍ ସିଗ୍ନାଲ ସାମାନ୍ୟ ବାଧାପ୍ରାପ୍ତ ମଧ୍ୟ ହେବ । ତେବେ ପୃଥିବୀର ବାୟୁମଣ୍ଡଳ କାରଣରୁ ପୃଥିବୀ ପୃଷ୍ଠରେ ଥିବା ମନୁଷ୍ୟଙ୍କ ଉପରକୁ ଏହା କୌଣସି କ୍ଷତି ପହଞ୍ଚାଇବ ନାହିଁ । ତେଣୁ ଏଥିପାଇଁ ଅତ୍ୟଧିକ ଭୟଭୀତ ହେବ ମଧ୍ୟ ଆବଶ୍ୟକତା ନାହିଁ ନାସା ପକ୍ଷରୁ ବୋଲି କୁହାଯାଇଛି । ରବିବାର ପୃଥିବୀକୁ ଧକ୍କା ଦେଇଥିବା ସିଏମ୍ଇ ଯୋଗୁଁ ଜି-୨ ଶ୍ରେଣୀର ୧୫ ଘଣ୍ଟାର ସୋଲାର ଫ୍ଲେୟାର (ସୌର ଶିଖା) ସୃଷ୍ଟି ହୋଇଥିବା ନାସା କହିଛି।
ଅଧିକ ପଢନ୍ତୁ :ନାସା : ସଂଗୀତରେ ପରିଣତ ହେଲା ମହାକାଶ ଶବ୍ଦ