ଦିନକୁ ଦିନ ବିଜ୍ଞାନ ଉନ୍ନତି କରିବାରେ ଲାଗିଛି । ବିଜ୍ଞାନର ବିକାଶରେ ଅଧିକାଂଶ ସମୟରେ ଅସାଧରଣ କାର୍ଯ୍ୟ ମଧ୍ୟ ସଫଳ ହୋଇପାରୁଛି । ଏହାରି ଭିତରେ ଆମେରିକୀୟ ମହାକାଶ ଏଜେନ୍ସି ମହାକାଶର ଶବ୍ଦକୁ ନେଇ ସଂଗୀତରେ ପରିଣତ କରିଛି । ମହାକାସଶୀୟ ଶବ୍ଦଗୁଚ୍ଛକୁ ଏକତ୍ରିତ କରି ଚମତ୍କାର ସଂଗୀତମୟ ସଂସ୍କରଣ ଜାରି କରିଛି। ନାସା ଦ୍ୱାରା କରାଯାଇଥିବା ଏହି ସଂଗୀତକୁ ଶ୍ରୋତାମାନେ ପ୍ରୋଜେକଟ ସାହାଯ୍ୟରେ ଚିତ୍ର ଭାବରେ ଦେଖିବା ପରିବର୍ତ୍ତେ ଶ୍ରବଣ ଶକ୍ତି ମାଧ୍ୟମରେ ଅନୁଭବ କରିପାରିବେ।
ନାସା ୱେବ୍ସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ ସଙ୍ଗୀତ ନିର୍ଦ୍ଦେଶକ ସୋଫି କାଷ୍ଟନରଙ୍କ ସହାୟତାରେ ଏହି ପ୍ରକଳ୍ପ ସଫଳତାର ସହ ସମ୍ପୂର୍ଣ୍ଣ ହୋଇପାରିଛି । ତେବେ ତିଆରି ହୋଇଥିବା ମ୍ୟୁଜିକ ନୋଟଗୁଡିକର ଫୋଟୋ ମଧ୍ୟ ଶ୍ରୀମତୀ କାଷ୍ଟନରଙ୍କ ସହାୟତା ଯୋଗୁ ହୋଇପାରିଛି । ସେହି ଫୋଟୋ କୁ ପୋଷ୍ଟ କରି ନାସା କହିଛି ଯେ ଏହାର ଟେଲିସ୍କୋପ ଦ୍ୱାରା କଏଦ ହୋଇଥିବା ତଥ୍ୟ ମୂଳ ସଙ୍ଗୀତର ଆଧାର ପାଲଟିଛି ଯାହାକୁ ମଣିଷ ବଜାଇପାରିବ। ବର୍ଷ ବର୍ଷ ଧରି ରେକର୍ଡ ହୋଇଥିବା ଶବ୍ଦର ଭଣ୍ଡାର ନାସା ପାଖରେ ରହିଛି ।ଯାହାକୁ ନାସା ଦ୍ୱାରା ୱେବ୍ସାଇଟରେ ସୋନିଫିକେସନ୍ ପ୍ଲେଲିଷ୍ଟ ଭାବରେ ପୋଷ୍ଟ କରାଯାଇଛି।
ଅଧିକ ପଢନ୍ତୁ :ଆମେରିକାର ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ : ୫ ମୃତ