ତେହରାନ୍: ମଧ୍ୟପ୍ରାଚ୍ୟରେ ସଂଘର୍ଷ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ହାମାସ ପରେ ଇସ୍ରାଏଲ ଏବେ ହିଜବୁଲ୍ଲା ଉପରେ ବୋମା ବର୍ଷା କରୁଛି। ନିକଟରେ ଇରାନ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ସେପଟେ ଇରାନର ସର୍ବୋଚ୍ଚ ନେତା ଅଲି ଖାମେନି ଇସ୍ରାଏଲର ଅନ୍ତ ବିଷୟରେ କହିଛନ୍ତି।
ଇରାନ ଆକ୍ରମଣ ପରେ ଇସ୍ରାଏଲ କହିଥିଲା ଯେ ସେ ନିଶ୍ଚିତ ଭାବେ ଏହି ଆକ୍ରମଣର ପ୍ରତିଶୋଧ ନେବ। ସେପଟେ ଇସ୍ରାଏଲକୁ ପୁଣି ଥରେ ଧମକ ଦେଇଛି ଇରାନ ରିଭୋଲ୍ୟୁସନରୀ ଗାର୍ଡ।
ଇରାନ ରିଭୋଲ୍ୟୁସନରୀ ଗାର୍ଡ ସୋସିଆଲ ମିଡିଆରେ ଇସ୍ରାଏଲକୁ ଚେତାବନୀ ଦେଇ କହିଛି, ଯଦି ଆମକୁ ପୁଣି ଉତ୍ତେଜିତ କରାଯାଏ, ତେବେ ଆମେ ଏପରି ଜବାବ ଦେବୁ ଯାହା ଇରାନ କଳ୍ପନା କରିନଥିବ।
ଏହା ପୂର୍ବରୁ ଇରାନର ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାଘଚି ସିରିଆ ରାଜଧାନୀରେ ସାମ୍ବାଦିକମାନଙ୍କୁ କହିଥିଲେ ଯେ ଇସ୍ରାଏଲର ଯେ କୌଣସି ଆକ୍ରମଣ ପ୍ରତି ଆମର ପ୍ରତିକ୍ରିୟା ସମ୍ପୂର୍ଣ୍ଣ ସ୍ପଷ୍ଟ। ଇସ୍ରାଏଲର ପ୍ରତ୍ୟେକ କାର୍ଯ୍ୟ ଉପରେ ଇରାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଏହି କାର୍ଯ୍ୟ ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ ହେବ। ଏଠାରେ ସେ ରାଷ୍ଟ୍ରପତି ବଶର ଅଲ-ଅସଦଙ୍କ ସମେତ ବରିଷ୍ଠ ଅଧିକାରୀମାନଙ୍କୁ ଭେଟିଥିଲେ।
ଇରାନର ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାଘଚି ନିଜର ଆଞ୍ଚଳିକ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଶନିବାର ଦମାସ୍କସ୍ (ସିରିଆ)ରେ ପହଞ୍ଚିଛନ୍ତି। ଲଗାତାର ଇସ୍ରାଏଲ ଆକ୍ରମଣ ମଧ୍ୟରେ ଲେବାନନ ଓ ଗାଜାରେ ଅସ୍ତ୍ରବିରତି ଆରମ୍ଭ ହୋଇଛି।
ଅଧିକ ପଢ଼ନ୍ତୁ: ଯୁଦ୍ଧର ପ୍ରଥମ ବାର୍ଷିକୀ ପାଳନ ପାଇଁ ଏକାଠି ଥିଲେ ଲୋକେ