କାଇରୋ: ଗୋଟିଏ ପଟେ ଇସ୍ରାଏଲ ସେନା ହେଜବୁଲ୍ଲା ଉପରେ ଲଗାତାର ଆକ୍ରମଣ ଜାରି ରଖିଛି। ଅନ୍ୟପକ୍ଷରେ ଗାଜାରେ ହାମାସ ବିରୋଧରେ ଯୁଦ୍ଧ ଜାରି ରହିଛି। ରବିବାର ସକାଳେ ଗାଜାର ଏକ ମସଜିଦ ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ରେ ୧୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨୦ ଜଣ ଆହତ ହୋଇଛନ୍ତି। ପାଲେଷ୍ଟାଇନ୍ ହସ୍ପିଟାଲ ପକ୍ଷରୁ ଏହି ସୂଚନା ଦିଆଯାଇଛି।
କେନ୍ଦ୍ରୀୟ ଗାଜା ଉପତ୍ୟକାର ଦେଇର ଅଲ୍ ବାଲାହସ୍ଥିତ ଅଲ୍-ଆକ୍ସା ହସ୍ପିଟାଲ ନିକଟରେ ଥିବା ଏକ ମସଜିଦ୍ ଉପରେ ଏହି ଆକ୍ରମଣ ହୋଇଛି। ପାଲେଷ୍ଟାଇନ ଅଞ୍ଚଳରେ ଇସ୍ରାଏଲ ସହ ଯୁଦ୍ଧର ପ୍ରଥମ ବାର୍ଷିକୀ ପାଳନ କରିବା ପାଇଁ ଲୋକମାନେ ଏକାଠି ହୋଇଥିବା ବେଳେ ଏହି ଆକ୍ରମଣ ହୋଇଥିଲା। ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗାଜା ଉପରେ ଇସ୍ରାଏଲର ସାମରିକ ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା ପାଖାପାଖି ୪୨,୦ ପାଲେଷ୍ଟାଇନୀ ପ୍ରାଣ ହରାଇଛନ୍ତି।
ସୂଚନାଯୋଗ୍ୟ, ଅକ୍ଟୋବର ୭ ତାରିଖ ରାତିରେ ହମାସ ଆତଙ୍କବାଦୀମାନେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୧୨୦୦ ଲୋକ ପ୍ରାଣ ହରାଇଥିଲେ। ଏଥିସହିତ ୨୫୦ ଜଣଙ୍କୁ ବନ୍ଧକ ରଖାଯାଇଥିଲା। ଏହି ଆକ୍ରମଣ ପରେ ଇସ୍ରାଏଲ ହାମାସ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲା। ଏହି ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ୪୨ ହଜାରରୁ ଅଧିକ ପାଲେଷ୍ଟାଇନ୍ ପ୍ରାଣ ହରାଇଛନ୍ତି।
ଅଧିକ ପଢ଼ନ୍ତୁ: ତାଇଓ୍ଵାନ ବୟାନକୁ ନେଇ ବିରକ୍ତି ପ୍ରକାଶ କରିପାରେ ଡ୍ରାଗନ