ବିଶ୍ୱରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭ ଲକ୍ଷକୁ ବୃଦ୍ଧି, କୋଟିଏ ୮୬ ଲକ୍ଷ ସଂକ୍ରମିତ
Khabar Odisha:International-Corona-virus-death-toll-reaches-701-lakh-186-crore-people-detected-in-world-wide

ନୂଆଦିଲ୍ଲୀ, ଅଗଷ୍ଟ ୦୫ (ଖବର ଓଡ଼ିଶା): ମହାମାରୀ କରୋନା ଭାଇରସରେ ସମଗ୍ର ବିଶ୍ୱରେ ମୃତ୍ୟୁ ସଂଖ୍ୟା ୭ ଲକ୍ଷ ଅତିକ୍ରମ କରିଛି । ମଙ୍ଗଳବାର ସକାଳ ୭ଟାର ପର୍ଯ୍ୟନ୍ତ ୭ ଲକ୍ଷ ୪ ହଜାର ୨୩୧ ଜଣଙ୍କର ମୃତ୍ୟୁ ହୋଇସାରିଛି । ଚୀନରୁ ବ୍ୟାପିଥିବା ଏହି ମହାମାରୀରେ କୋଟିଏ ୮୬ ଲକ୍ଷ ୯୭ ହଜାର ୮୮୨ ଜଣ ସଂକ୍ରମିତ ହୋଇଛନ୍ତି । ଏଥିରୁ କୋଟିଏ ୧୯ ଲକ୍ଷ ୧୩ ହଜାର ୮୫୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୬୦ ଲକ୍ଷ ୭୯ ହଜାର ୯୭ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୬୫ ହଜାର ୪୭୯ ଜଣ ଗୁରୁତର ଅଛନ୍ତି । 

ଯୁକ୍ତରାଷ୍ଟ୍ର ଆମେରିକାରେ ୪୯ ଲକ୍ଷ ୧୮ ହଜାର ୪୨୦ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧ ଲକ୍ଷ ୬୦ ହଜାର ୨୯୦ ଜଣଙ୍କର ମୃତ୍ୟୁ ହୋଇଛି । ଆମେରିକା କରୋନା ନିୟନ୍ତ୍ରଣ ପାଇଁ ସବୁ ପ୍ରକାରର ଉଦ୍ୟମ ଚଳାଇଥିବା ବେଳେ ଏହା ନିୟନ୍ତ୍ରଣକୁ ଆସୁନାହିଁ । ଏଠାରେ ୨୪ ଲକ୍ଷ ୮୧ ହଜାର ୬୮୦ ଜଣ ଲୋକ ସୁସ୍ଥ ହୋଇଥିବା ବେଳେ ୨୨ ଲକ୍ଷ ୭୬ ହଜାର ୪୫୦ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୮ ହଜାର ୪୦୭ ଜଣ ଗୁରୁତର ଆକ୍ରାନ୍ତ । 

କେଉଁ ଦେଶରେ କରୋନାର ସ୍ଥିତି କେମିତି

ବ୍ରାଜିଲ: ୨୮ ଲକ୍ଷ ୮ ହଜାର ୭୬ ସଂକ୍ରମିତ, ୯୬ ହଜାର ୯୬ ମୃତ

ଋଷିଆ: ୮ ଲକ୍ଷ ୬୧ ହଜାର ୪୨୩ ଜଣ ସଂକ୍ରମିତ, ୧୪ ହଜାର ୩୫୧ ମୃତ

ଦକ୍ଷିଣ ଆଫ୍ରିକା: ୫ ଲକ୍ଷ ୨୧ ହଜାର ୩୧୮ ଜଣ ସଂକ୍ରମିତ, ୮ ହଜାର ୮୮୪ ମୃତ

ମେକ୍ସିକୋ: ୪ ଲକ୍ଷ ୪୯ ହଜାର ୯୬୧ ସଂକ୍ରମିତ, ୪୮ ହଜାର ୮୬୯ ମୃତ

ପେରୁ: ୪ ଲକ୍ଷ ୪୯ ହଜାର ୯୬୧ ଜଣ ସଂକ୍ରମିତ, ୨୦ ହଜାର ୭ ମୃତ

ଚିଲି: ୩ ଲକ୍ଷ ୬୨ ହଜାର ୯୬୨ ସଂକ୍ରମିତ, ୯ ହଜାର ୭୪୫ ଜଣ ମୃତ

ସ୍ପେନ: ୩ ଲକ୍ଷ ୪୯ ହଜାର ୮୯୪ ସଂକ୍ରମିତ, ୨୮ ହଜାର ୪୯୮ ମୃତ

କଲୋମ୍ବିଆ: ୩ ଲକ୍ଷ ୩୪ ହଜାର ୯୭୯ ସଂକ୍ରମିତ, ୧୧ ହଜାର୩୧୫ ଜଣ ମୃତ 

ପାକିସ୍ତାନ: ୨ ଲକ୍ଷ ୮୦ ହଜାର ୪୬୧ ଜଣ ସଂକ୍ରମିତ, ୫ ହଜାର ୯୯୯ ମୃତ

 

  • Tags:

Subscribe

National International State Sports Entertainment