କରୋନା ଭାଇରସ୍‌: ବିଶ୍ୱରେ ୧୯.୪୭ କୋଟି ଲୋକ ଆକ୍ରାନ୍ତ, ୪୧.୭୪ ଲକ୍ଷ ମୃତ
Khabar Odisha:International-Corona-virus-death-toll-reaches-4174lakh-1947-crore-people-detected-in-world-wide

ନୂଆଦିଲ୍ଲୀ, ଜୁଲାଇ ୨୬ (ଖବର ଓଡ଼ିଶା): କରୋନା ଭାଇରସ ମହାମାରୀ ସମଗ୍ର ବିଶ୍ୱବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି । ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱରେ ୪ ଲକ୍ଷ ୧୯ ହଜାର ୩୭୩ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨ ଲକ୍ଷ ୯୩ ହଜାର ୮୩୨ ଜଣ ସୁସ୍ଥ ହୋଇଛନ୍ତି । କିନ୍ତୁ ୬ ହଜାର ୫୧୪ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । 

ବିଶ୍ୱରେ ଆଜି ପର୍ଯ୍ୟନ୍ତ ୧୯ କୋଟି ୪୭ ଲକ୍ଷ ୯୩ ହଜାର ୨୦୬ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇସାରିଥିବା ବେଳେ ୪୧ ଲକ୍ଷ ୭୪ ହଜାର ୫୫୫ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୧୭ କୋଟି ୬୭ ଲକ୍ଷ ୪୪ ହଜାର ୮୨୪ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୩୮ ଲକ୍ଷ ୭୩ ହଜାର ୮୨୭ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୮୪ହଜାର ୩୫୦ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

ଆମେରିକାରେ ଆଜି ସକାଳ ୬ଟା ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୫୧ ଲକ୍ଷ ୯୯ ହଜାର ୭୪କୁ ବୃଦ୍ଧି ପାଇଛି । ଦେଶରେ ୬ ଲକ୍ଷ ୨୬ ହଜାର ୭୬୨ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୨ କୋଟି ୯୫ ଲକ୍ଷ ୧୧ ହଜାର ୯୦୯ ଲୋକ ସୁସ୍ଥ ହୋଇଥିବା ବେଳେ ୫୦ ଲକ୍ଷ ୬୦ ହଜାର ୪୦୩ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୮ ହଜାର ୯୪୪ ଜଣ ଗୁରୁତର ଅଛନ୍ତି ।

କେଉଁ ଦେଶରେ କରୋନାର ସ୍ଥିତି କେମିତି

ବ୍ରାଜିଲ: ୧କୋଟି ୯୬ଲକ୍ଷ ୮୮ହଜାର ୬୬୩ ସଂକ୍ରମିତ, ୫ଲକ୍ଷ ୪୯ ହଜାର ୯୯୯ମୃତ

ଋଷିଆ: ୬୧ ଲକ୍ଷ ୨୬ ହଜାର ୫୪୧ ସଂକ୍ରମିତ, ୧ଲକ୍ଷ ୫୩ ହଜାର ୮୭୪ ମୃତ 

ଫ୍ରାନ୍ସ: ୫୯ ଲକ୍ଷ ୯୩ ହଜାର ୯୩୭ ସଂକ୍ରମିତ, ୧ ଲକ୍ଷ ୧୧ ହଜାର ୬୨୨ ମୃତ 

ୟୁକେ: ୫୬ ଲକ୍ଷ ୯୭ ହଜାର ୯୧୨ ସଂକ୍ରମିତ, ୧ ଲକ୍ଷ ୨୯ ହଜାର ୧୫୮ ମୃତ 

ତୁର୍କୀ: ୫୬ ଲକ୍ଷ ୦୧ ହଜାର ୬୦୮ ସଂକ୍ରମିତ, ୫୦ ହଜାର ୯୩୪ ମୃତ

ଆର୍ଜେଣ୍ଟିନା: ୪୮ ଲକ୍ଷ ୪୬ ହଜାର ୬୧୫ ସଂକ୍ରମିତ, ୧ ଲକ୍ଷ ୩ ହଜାର ୭୨୧ମୃତ

କଲୋମ୍ବିଆ: ୪୭ ଲକ୍ଷ ୨୭ ହଜାର ୮୪୬ ସଂକ୍ରମିତ, ୧ ଲକ୍ଷ ୧୮ ହଜାର ୮୬୮ମୃତ 

ଇଟାଲି: ୪୩ ଲକ୍ଷ ୧୭ ହଜାର ୪୧୫ ସଂକ୍ରମିତ, ୧ଲକ୍ଷ ୨୭ ହଜାର ୯୪୯ମୃତ 

ସ୍ପେନ: ୪୨ ଲକ୍ଷ ୮୦ ହଜାର ୪୨୯ ସଂକ୍ରମିତ, ୮୧ ହଜାର ୨୨୧ ମୃତ

 

  • Tags:

Subscribe

National International State Sports Entertainment