ନୂଆଦିଲ୍ଲୀ, ନଭେମ୍ବର ୨୪ (ଖବର ଓଡ଼ିଶା): ବିଶ୍ୱରେ କରୋନା ଭାଇରସଜନିତ ମୃତ୍ୟୁ ସଂଖ୍ୟା ୧୪ ଲକ୍ଷ ଅତିକ୍ରମ କରିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬କୋଟି ଅତିକ୍ରମ କରିବା ଆଶଙ୍କା ସ୍ପଷ୍ଟ ହେଉଛି । ଏହା ଆମେରିକାରେ ପରିସ୍ଥିତି ଅଧିକ ଜଟିଳ ହେବାରେ ଲାଗିଛି । ଆଜି ସକାଳ ସାଢ଼େ ୬ଟା ୩୦ ସୁଦ୍ଧା ୧ କୋଟିଏ ୨୭ ଲକ୍ଷ ୬୨ ହଜାର ୨୫୦ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ବେଳେ ୨ ଲକ୍ଷ ୬୩ ହଜାର ୬୨୨ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୭୫ ଲକ୍ଷ ୪୦ ହଜାର ୩୮୭ ଜଣ ସୁସ୍ଥ ହୋଇଥିବା ବେଳେ ୪୯ ଲକ୍ଷ ୫୮ ହଜାର ୨୪୧ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୨୩ ହଜାର ୬୮୯ ଜଣ ଗୁରୁତର ଅଛନ୍ତି ।
ବିଶ୍ୱରେ କରୋନା ଲାଗି ୫ କୋଟି ୯୪ ଲକ୍ଷ ୮୩ ହଜାର ୫୫୪ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୧୪ ଲକ୍ଷ ୧ ହଜାର ୪୫୭ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୪ କୋଟି ୧୧ ଲକ୍ଷ ୨୯ ହଜାର ୩୨୦ ଜଣ ସୁସ୍ଥ ହୋଇଥିବା ବେଳେ କୋଟିଏ ୬୯ ଲକ୍ଷ ୫୨ ହଜାର ୭୭୭ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୧ ଲକ୍ଷ ୩ ହଜାର ୫୮୧ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।
କେଉଁ ଦେଶରେ କରୋନାର ସ୍ଥିତି କେମିତି
ଭାରତ: ୯୧ ଲକ୍ଷ ୩୯ ହଜାର ୮୬୫ ସଂକ୍ରମିତ, ୧ ଲକ୍ଷ ୩୩ ହଜାର ୭୩୮ ମୃତ
ବ୍ରାଜିଲ: ୬୦ ଲକ୍ଷ ୮୮ ହଜାର ୪ ସଂକ୍ରମିତ, ୧ ଲକ୍ଷ ୬୯ ହଜାର ୫୪୧ ମୃତ
ଫ୍ରାନ୍ସ: ୨୧ ଲକ୍ଷ ୪୪ ହଜାର ୬୬୦ ସଂକ୍ରମିତ, ୪୯ ହଜାର ୨୩୨ ମୃତ
ଋଷିଆ: ୨୧ ଲକ୍ଷ ୧୪ ହଜାର ୫୦୨ ସଂକ୍ରମିତ, ୩୬ ହଜାର ୫୪୦ ମୃତ
ସ୍ପେନ: ୧୬ ଲକ୍ଷ ୬ ହଜାର ୯୦୫ ସଂକ୍ରମିତ, ୪୩ ହଜାର ୧୩୧ ମୃତ
ୟୁକେ: ୧୫ ଲକ୍ଷ ୨୭ ହଜାର ୪୯୫ ସଂକ୍ରମିତ, ୫୫ ହଜାର ୨୩୦ ମୃତ
ଇଟାଲି: ୧୪ ଲକ୍ଷ ୩୧ ହଜାର ୭୯୫ ସଂକ୍ରମିତ, ୫୦ ହଜାର ୪୫୩ ମୃତ
ଆର୍ଜେଣ୍ଟିନା: ୧୩ ଲକ୍ଷ ୭୪ ହଜାର ୬୩୧ ସଂକ୍ରମିତ, ୩୭ ହଜାର ୧୨୨ ମୃତ
କଲମ୍ବିଆ: ୧୨ ଲକ୍ଷ ୫୪ ହଜାର ୯୭୯ ସଂକ୍ରମିତ, ୩୭ ହଜାର ୧୨୨ ମୃତ
ମେକ୍ସିକୋ: ୧୦ ଲକ୍ଷ ୪୧ ହଜାର ୮୭୫ ସଂକ୍ରମିତ, ୧ ଲକ୍ଷ ୧ ହଜାର ୬୭୬ ମୃତ