ବିଶ୍ୱରେ କରୋନା: ମୃତକଙ୍କ ସଂଖ୍ୟା ୧୧.୮ ଲକ୍ଷକୁ ବୃଦ୍ଧି, ୩.୯୫ କୋଟି ଲୋକ ଆକ୍ରାନ୍ତ
Khabar Odisha:International-Corona-virus-death-toll-reaches-118-lakh-395-crore-people-detected-in-world-wide

ନୂଆଦିଲ୍ଲୀ, ଅକ୍ଟୋବର ୧୭ (ଖବର ଓଡ଼ିଶା): କୋଭିଡ-୧୯ ମହାମାରୀ ଯୋଗୁଁ ବିଶ୍ୱରେ ଶନିବାର ସକାଳ ସାଢ଼େ ୬ଟା ସୁଦ୍ଧା ୩ କୋଟି ୯୫ ଲକ୍ଷ ୬୫ ହଜାର ୯୪୮ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୧୧ ଲକ୍ଷ ୮ ହଜାର ୬୧୭ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୨ କୋଟି ୯୬ ଲକ୍ଷ ୪୮ ହଜାର ୬୩୯ ଜଣ ସୁସ୍ଥ ହୋଇଥିବା ବେଳେ ୮୮ ଲକ୍ଷ ୮ ହଜାର ୬୯୨ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୭୧ ହଜାର ୪୨୬ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ସଂକ୍ରମଣ ଲାଗି ୮୨ ଲକ୍ଷ ୮୮ ହଜାର ୨୭୯ ଜଣ ସଂକ୍ରମିତ ହୋଇଥିବା ବେଳେ ୨ ଲକ୍ଷ ୨୩ ହଜାର ୬୪୪ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୫୩ ଲକ୍ଷ ୯୫ ହଜାର ୧୨୫ ଜଣ ସୁସ୍ଥ ହୋଇଥିବା ବେଳେ ୨୬ ଲକ୍ଷ ୬୯ ହଜାର ୫୧୦ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୫ ହଜାର ୩୦୯ ଜଣ ଗୁରୁତର ଅଛନ୍ତି ।

କେଉଁ ଦେଶରେ କରୋନାର ସ୍ଥିତି କେମିତି

ଭାରତ: ୭୩ ଲକ୍ଷ ୭୦ ହଜାର ୪୬୮ ସଂକ୍ରମିତ, ୧ ଲକ୍ଷ ୧୨ ହଜାର ୧୬୧ ମୃତ 

ବ୍ରାଜିଲ: ୫୨ ଲକ୍ଷ ୧ ହଜାର ୫୭୦ ସଂକ୍ରମିତ, ୧ ଲକ୍ଷ ୫୩ ହଜାର ୨୨୯ ମୃତ

ଋଷିଆ: ୧୩ ଲକ୍ଷ ୬୯ ହଜାର ୩୧୩ ସଂକ୍ରମିତ, ୨୩ ହଜାର ୭୨୩ ମୃତ

ସ୍ପେନ: ୯ ଲକ୍ଷ ୮୨ ହଜାର ୭୨୩ ସଂକ୍ରମିତ, ୩୩ ହଜାର ୭୭୫ ମୃତ 

ଆର୍ଜେଣ୍ଟିନା: ୯ ଲକ୍ଷ ୬୫ ହଜାର ୬୦୯ ସଂକ୍ରମିତ, ୨୫ ହଜାର ୭୭୩ ମୃତ

କଲମ୍ବିଆ: ୯ ଲକ୍ଷ ୪୫ ହଜାର ୩୫୪ ସଂକ୍ରମିତ, ୨୮ ହଜାର ୬୧୬ ମୃତ 

ପେରୁ: ୮ ଲକ୍ଷ ୬୨ ହଜାର ୪୧୭ ସଂକ୍ରମିତ, ୩୩ ହଜାର ୬୪୮ ମୃତ

ମେକ୍ସିକୋ: ୮ ଲକ୍ଷ ୩୪ ହଜାର ୯୧୦ ସଂକ୍ରମିତ, ୮୫ ହଜାର ୨୮୫ ମୃତ

ଫ୍ରାନ୍ସ: ୮ ଲକ୍ଷ ୩୪ ହଜାର ୭୭୦ ସଂକ୍ରମିତ, ୩୩ ହଜାର ୩୦୩ ମୃତ

ପାକିସ୍ତାନ: ୩ ଲକ୍ଷ ୨୧ ହଜାର ୮୭୭ ସଂକ୍ରମିତ, ୬ ହଜାର ୬୨୧ ମୃତ 

 

  • Tags:

Subscribe

National International State Sports Entertainment