ଆମେରିକାର ୱିସ୍କନସିନ ଶପିଂ ମଲରେ ଗୁଳିମାଡ଼: ୮ ଗୁରୁତର, ପୋଲିସର ଛାନଭିନ ଜାରି
Khabar Odisha:Crime-America-firing-Eight-injured-in-US-Wisconsin-mall-shooting-suspect-at-large

ୱାଶିଂଟନ, ନଭେମ୍ବର ୨୧ (ଖବର ଓଡ଼ିଶା): ଆମେରିକାର ୱିସ୍କନସିନସ୍ଥିତ ଏକ ମଲରେ ଶୁକ୍ରବାର ହୋଇଥିବା ଗୁଳିମାଡ଼ରେ ଅତିକମରେ ୮ ଜଣ ଲୋକ ଗୁରୁତର ହୋଇଛନ୍ତି । ପୋଲିସ ଏପର୍ଯ୍ୟନ୍ତ ତଥ୍ୟ ହାସଲ କରିବାରେ ସଫଳ ହୋଇପାରି ନାହିଁ ଯେ, ଆକ୍ରମଣକାରୀ କିଏ ଏବଂ ସେ କାହିଁପାଇଁ ଏଭଳି କାଣ୍ଡ କରିଛି । ସ୍ଥାନୀୟ ମେୟର ଡେନିସ ମ୍ୟାକବ୍ରାଇଡ ଅନୁସାରେ ୱିସ୍କନସିନର ମିଲୱାକିର ମେଫିଲ୍ଡ ଶପିଂ ମଲରେ ଅତର୍କିତ ଭାବେ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଥିଲେ । ଏହି ଘଟଣାରେ ଏପର୍ଯ୍ୟନ୍ତ ୮ ଜଣ ଗୁରୁତର ହୋଇଛନ୍ତି । ମାତ୍ର ଗୁଳିମାଡ଼ରେ କାହାରି ମୃତ୍ୟୁ ହୋଇନାହିଁ । 

ଗୁଳିମାଡ଼ ସଂପର୍କିତ ସୂଚନା ମିଳିବା ପରେ ପୋଲିସ ସଂପୃକ୍ତ ଅଂଚଳରକୁ ଘେରାବନ୍ଦୀ କରିଛି । କିନ୍ତୁ ପୋଲିସ ଦୁର୍ବୃତ୍ତମାନଙ୍କୁ ଧରିପାରି ନାହିଁ । ପାଖାପାଖି ୭୫ ଅଧିକାରୀ ଘଟଣାସ୍ଥଳରେ ପହଂଚିଛନ୍ତି । ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଦେଖାଯାଉଛି ଯେ, ଗୁଳିମାଡ଼ରେ ଆହତ ଲୋକଙ୍କୁ ଷ୍ଟ୍ରେଚରରେ ମଲରୁ ବାହାର କରାଯାଉଛି । 

ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବହୁ ସଂଖ୍ୟାରେ ପୋଲିସ ମୁତୟନ ହୋଇଛନ୍ତି । ପ୍ରତକ୍ଷ୍ୟଦର୍ଶୀଙ୍କ କହିବା ଅନୁସାରେ ଗୁଳିମାଡ଼ ଶବ୍ଦ ଶୁଣି ଲୋକେ ବାହାରକୁ ଆସିଥିଲେ । ଦୋକାନୀମାନେ ମଧ୍ୟ ନିଜର ଦୋକାନଗୁଡ଼ିକୁ ବନ୍ଦ କରିଦେଇଥିଲେ । କିନ୍ତୁ ସମସ୍ତେ ସୁରକ୍ଷିତ । ପ୍ରାୟ ୧୫ ରାଉଣ୍ଡ ଗୁଳି ଫୁଟିଥିବା ଜଣେ ବ୍ୟକ୍ତି ଗଣମାଧ୍ୟମକୁ କହିଛନ୍ତି । ପୋଲିସ ସିସିଟିଭି ଫୁଟେଜ ଆଧାରରେ ଘଟଣାର ଛାନଭିନ କରୁଛି । 

 

  • Tags:

Subscribe

National International State Sports Entertainment