ଷ୍ଟକହୋମ: ସାହିତ୍ୟରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । କାନାଡ଼ାର ଲେଖିକି ଏନେ କାର୍ସନଙ୍କୁ ୨୦୨୬ ବର୍ଷ ସାହିତ୍ୟରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି । ସ୍ୱିଡିଶ୍ ଏକାଡେମୀ ଏହି ଘୋଷଣା ଅବସରରେ କହିଛି କାର୍ସନଙ୍କୁ ତାଙ୍କର ସାହସ ଏବଂ କାଳ୍ପନିକ ଲେଖା ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି ।
କାର୍ସନ୍ଙ୍କ ଲେଖାରେ ଶାସ୍ତ୍ରୀୟ ପରମ୍ପରା ସହ ଏକ ଚିତ୍ତାକର୍ଷକ ସଂଳାପ ମଧ୍ୟ ଥାଏ । ଯାହା ଲେଖା ସାମ୍ପ୍ରତିକ ସାହିତ୍ୟ ପାଇଁ ନୂତନ ଦିଗ ଓ ରୂପ ସୃଷ୍ଟି କରିଥାଏ । ତାଙ୍କର ଲେଖାରେ ଅନନ୍ୟ ଶୈଳୀ ଥାଏ । କାନାଡୀୟ ଲେଖିକା ଏନେ କାର୍ସନ୍ ୧୯୯୦ ଦଶକରେ ଅନେକ ଉଚ୍ଚ ପ୍ରଶଂସିତ କୃତି ରଚନା କରିଥିଲେ। ଏଗୁଡ଼ିକ ମଧ୍ୟରେ ରହିଛି 'ଦି ଗ୍ଲାସ୍ ଏସେ' (The Glass Essay), ଯାହା "ଗ୍ଲାସ୍, ଆଇରନି, ଆଣ୍ଡ ଗଡ୍" (Glass, Irony, and God - ୧୯୯୫) ସଂକଳନରେ ସ୍ଥାନ ପାଇଛି ।
ନୋବେଲ୍ କମିଟି ଅନୁଯାୟୀ, କାର୍ସନ୍ଙ୍କ ସବୁଠାରୁ ବଡ଼ ଶକ୍ତି ହେଉଛି ଯେ ସେ କେବଳ ପୁରୁଣା କାହାଣୀଗୁଡ଼ିକୁ ପୁନର୍ବାର ଲେଖନ୍ତି ନାହିଁ ବରଂ ସେଗୁଡ଼ିକରେ ନିଜର କଳ୍ପନାଶକ୍ତି ଓ ସମସାମୟିକ ଜୀବନର ଭାବନାକୁ ସଂଯୋଜିତ କରିପାରନ୍ତି। ପ୍ରାୟତଃ ତାଙ୍କ ରଚନାଗୁଡ଼ିକରେ କବିତା, କାହାଣୀ ଏବଂ ପ୍ରବନ୍ଧ ମଧ୍ୟରେ ଥିବା ସୀମାରେଖା ସମାପ୍ତ ପାଇଯାଏ। ଠିକ୍ ଏହି କାରଣରୁ ହିଁ ତାଙ୍କ ଲେଖା ଅନ୍ୟ ଲେଖକମାନଙ୍କ ଠାରୁ ସ୍ୱତନ୍ତ୍ର ।
ଲେଖିକା ଆନେ କାର୍ସନ୍ ୧୯୫୦ ମସିହାରେ କାନାଡାର ଟରଣ୍ଟୋ ସହରରେ ଜନ୍ମଗ୍ରହଣ କରିଥିଲେ। ସେ ପ୍ରାଚୀନ ଗ୍ରୀକ୍ ଓ ରୋମାନ୍ ସାହିତ୍ୟ ଅଧ୍ୟୟନ କରିଥିଲେ । ୧୯୮୧ ମସିହାରେ, ସେ ଏକ ଶାସ୍ତ୍ରୀୟ ସାହିତ୍ୟ ପତ୍ରିକାରେ “ଓଡି ଏଟ୍ ଏମୋ ସମ୍” ଶୀର୍ଷକ ନିଜର ଗବେଷଣା ନିବନ୍ଧ ପ୍ରକାଶ କରିଥିଲେ।
୨୦୨୫ରେ ହଙ୍ଗେରୀୟ ଔପନ୍ୟାସିକ ଲାସ୍ଲୋ କ୍ରାନାହୋରକାଇ, ୨୦୨୪ରେ ଦକ୍ଷିଣ କୋରିଆର ଲେଖିକା ହାନ କାଙ୍ଗ ଏବଂ ୨୦୨୩ରେ ନରୱେର ଲେଖକ ଜନ୍ ଫୋସେଙ୍କୁ ସାହିତ୍ୟରେ ନୋବେଲ ପ୍ରଦାନ କରାଯାଇଥିଲା ।