ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅରାବଳ ଗାଁରେ ରୋଷେଇ ବେଳେ ଗ୍ୟାସ ଟାଙ୍କି ଫାଟି ଜଣେ ୪ ବର୍ଷର ନାବାଳିକାର ମୃତ୍ୟୁ ହୋଇଛି ଏବଂ ଏହି ଦୁର୍ଘଟଣାରେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଆରାବଳ ଗାଁରେ ଘଟିଛି ଏହି ଦୁଃଖଦ ଘଟଣା। ଗାଁର ଅଭିରାମ ମଲିକଙ୍କ ଘରେ ଗ୍ୟାସ ଲିକ ହୋଇ ଘରେ ନିଆଁ ଲାଗିଯାଇଥିଲା ଯାହା ଫଳରେ ୪ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ବେଳେ ବାପା-ମାଆଗୁରୁତର ଅଛନ୍ତି। ଉଭୟଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଘରର ସବୁ ଆସବାବ ପୋଡ଼ି ପାଉଁଶ ହୋଇଯାଇଛି।