ଏପର୍ଯ୍ୟନ୍ତ କରୋନା ଭୂତାଣୁ ଭୟ ମନରୁ ଯାଇନାହିଁ । ଏବେ ବି କରୋନା ଭୂତାଣୁ ତାର କାୟା ମେଲାଇଛି । ଏହାରିମଧ୍ୟରେ ଚୀନର ବୈଜ୍ଞାନିକମାନେ ଆଉ ଏକ ନୂଆ ଭୂତାଣୁ ତିଆରି କରିଛନ୍ତି। ଯାହାକୁ ନେଇ ଭୟ ସୃଷ୍ଟି ହୋଇଛି । ବୈଜ୍ଞାନିକମାନଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଏହି ଭୂତାଣୁ କରୋନା ଭୂତାଣୁଠାରୁ ଅଧିକ ବିପଜ୍ଜନକ। ଏହି ଭୁତାଣୁ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିଙ୍କ ୩ ଦିନରେ ମୃତ୍ୟୁ ହେବ ବୋଲି ସୂଚନା ମିଳିଛି ।
ସୂଚନା ଅନୁଯାୟୀ,ହେବେଇ ବିଶ୍ୱବିଦ୍ୟାଳୟ ପରୀକ୍ଷାଗାରରେ ଚୀନର ବୈଜ୍ଞାନିକମାନଙ୍କ ଦ୍ୱାରା ଏହି ନୂଆ ଭୂତାଣୁ ତିଆରି ହୋଇଛି । ଇବୋଲା ଭୂତାଣୁର କିଛି ଅଂଶକୁ ନେଇ ସେଥିରେ ଜିନ୍ଗତ ପରିବର୍ତ୍ତନ କରାଯାଇଛି । ଇବୋଲା ଭୂତାଣୁରୁ ସୃଷ୍ଟି ହେଉଥିବା ରୋଗ ଏବଂ ଏହାର ଲକ୍ଷଣ ସମ୍ପର୍କରେ ସ୍ପଷ୍ଟ ହେବା ପାଇଁ ଏହି ଭୁତାଣୁ ତିଆରି କରାଯାଇଛି। କିନ୍ତୁ ତାହାର ଭୟାବହତାକୁ ନେଇ ସାରା ବିଶ୍ୱରେ ଏବେ ଚିନ୍ତା ପ୍ରକାଶ ପାଇଛି। କୋଭିଡ ଭୂତାଣୁ ଠାରୁ ମାରାତ୍ମକ ଥିବାରୁ ଏହି ଭୁତାଣୁ ଦ୍ୱାରା ବିଶ୍ୱରେ କିଭଳି ପରିସ୍ଥିତି ସୃଷ୍ଟି ହେବ ତାହାକୁ ନେଇ ସମସ୍ତେ ଭୟଭୀତ ହୋଇପଡିଛନ୍ତି ।
ଅଧିକ ପଢନ୍ତୁ :ବ୍ରାଜିଲରେ ବନ୍ୟା:ମୃତକଙ୍କ ସଂଖ୍ୟା ୧୦୦ ପାର୍