ବ୍ରାଜିଲରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏପ୍ରିଲ ୨୯ରେ ରାଜ୍ୟରେ ପ୍ରବଳ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସେବେଠାରୁ ଅନେକ ଲୋକଙ୍କର ମୃତ୍ୟୁ ହୋଇଛି। ଦକ୍ଷିଣ ବ୍ରାଜିଲର ରିଓ ଗ୍ରାଣ୍ଡେ ଡୋ ସୁଲ ରାଜ୍ୟରେ ବର୍ଷା ଓ ବନ୍ୟାରେ ୧୬୯ଜଣଙ୍କର ମତ୍ୟୁ ଘଟିଛି । ଏହା ବ୍ୟତୀତ ଗତ ୨୪ଘଣ୍ଟା ମଧ୍ୟରେ ଆଉ ତିନୋଟି ମୃତଦେହ ଉଦ୍ଧାର ହୋଇଥିବାବେଳେ ୫୬ଜଣ ନିଖୋଜ ଅଛନ୍ତି। ଏନେଇ ସିଭିଲ ଡିଫେନ୍ସ ଏଜେନ୍ସି ସୂଚନା ଦେଇଛନ୍ତି। ଆଇଏନଏସର ରିପୋର୍ଟ ଅନୁଯାୟୀ, ଏହା ରାଜ୍ୟରେ ଘଟିଥିବା ସବୁଠାରୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ । ଏହି ବନ୍ୟା ଏବଂ ଜଳପୂର୍ଣ୍ଣ ନଦୀ ଯୋଗୁଁ ୨.୩ ନିୟୁତରୁ ଅଧିକ ବାସିନ୍ଦା ବିସ୍ଥାପିତ ହୋଇଛନ୍ତି। ଏବଂ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୪୮ଘଣ୍ଟା ପାଇଁ ସ୍କୁଲ ବନ୍ଦ ଘୋଷଣା କରିଛନ୍ତି।