ବଢ଼ିଲା ଚାଷୀ ପଞ୍ଜିକରଣ ଅବଧି
Khabar Odisha:govt-extends-deadline-for-registration-of-farmers-for-paddy-collection
ଭୁବନେଶ୍ୱର, ସେପ୍ଟେମ୍ବର ୧୦ (ଖବର ଓଡ଼ିଶା):

ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ନାମ ପଞ୍ଜିକରଣ ତାରିଖକୁ ରାଜ୍ୟ ସରକାର ଆଗାମୀ ସାତ ଦିନ ପାଇଁ ଘୁଞ୍ଚାଇ ଦେଇଛନ୍ତି । ଆସନ୍ତା ୧୭ ତାରିଖ ନାମ ପଞ୍ଜିକରଣର ଶେଷ ତାରିଖ ରହିଛି । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

ଖରିଫ ଧାନ ସଂଗ୍ରହ ପାଇଁ ସେପ୍ଟେମ୍ବର ୧୦ ଶେଷ ଦିନ ଥିଲା । ତେବେ ରାଜ୍ୟ ଆହୁରି ଚାଷୀ ଏ ଯାଏଁ ପଞ୍ଜିକରଣ କରି ନାହାଁନ୍ତି । ସେଥିପାଇଁ ସରକାର ପଞ୍ଜିକରଣ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଆସନ୍ତା ୧୭ ତାରିଖ ଯାଏଁ ଚାଷୀମାନେ ନାମ ପଞ୍ଜିକରଣ କରି ପାରିବେ । ଏ ଯାଏଁ ସାରା ରାଜ୍ୟରେ ୧୦ ଲକ୍ଷ ଚାଷୀ ଧାନ ସଂଗ୍ରହ କରିବା ପାଇଁ ନାମ ରେଜଷ୍ଟ୍ରେସନ୍‌ କରିଥିବା ସମବାୟ ମନ୍ତ୍ରୀ ସୂଚନା ଦେଇଛନ୍ତି । 

  • Tags:

Subscribe

National International State Sports Entertainment