ଖବର ଓଡ଼ିଶା: ଗୁରୁବାର ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପନ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ ଉପସ୍ଥାପନ କରିଛନ୍ତି । ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ ହୋଇଛି । ୨୦୨୩-୨୪ ତୁଳନାରେ ବଜେଟ ପରିମାଣ ୧୫% ଅଧିକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଗତବର୍ଷ କୃଷି ବଜେଟ ୨୪, ୮୨୯ କୋଟି ଥିଲା ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା ପରିକଳ୍ପନା ଜରୁରୀ ଅଟେ । ୨୦୩୬ରେ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ଗଠନ ହେବାର ୧୦୦ ବର୍ଷ ପୂରଣ ହେବ । ଏହି ଦଶନ୍ଧି ମଧ୍ୟରେ ଓଡ଼ିଶାକୁ ବିକଶିତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହାକୁ ଦୃଷ୍ଟିରେ ରଖି ବଜେଟ ଉପସ୍ଥାପନ କରାଯାଉଛି । ମୋହନ ସରକାର ଚଳିତ ବଜେଟରେ ଅନ୍ନଦାତାଙ୍କୁ ଖୁସି କରିଛନ୍ତି । ବର୍ଷ କୃଷି ବଜେଟର ପରିମାଣ ୩୩, ୯୧୯ କୋଟି ବ୍ୟୟ ଅଟକଳ କରାଯାଇଛି । ଏହା ପୂର୍ବ ବଜେଟ ତୁଳନାରେ ୩୬ ପ୍ରତିଶତ ଅଧିକ । ଗତବର୍ଷ କୃଷି ବଜେଟ ଥିଲା ୨୪, ୮୨୯ କୋଟି ।
ସେହିପରି ଧାନର କୁଇଣ୍ଟାଲ ପିଛା ୩୧ଶହ ଟଙ୍କାରେ ଧାର୍ଯ୍ୟ କରିଛନ୍ତି । ଧାନର ଏମ୍ଏସ୍ପି ୮ଶହ ଟଙ୍କାକୁ ବୃଦ୍ଧି କରିଛନ୍ତି । ଚାଷୀମାନଙ୍କ ପାଇଁ ନୂଆ ‘ସମୃଦ୍ଧ କୃଷକ ଯୋଜନା’ ଆଣିଛନ୍ତି ସରକାର । ସମୃଦ୍ଧ କୃଷକ ଯୋଜନା ପାଇଁ ୫ ହଜାର କୋଟି ବ୍ୟୟବରାଦ କରାଯାଇଛି । ସିଏମ୍ କିଷାନ ଯୋଜନା ପାଇଁ ୧୯୩୫ କୋଟି ବ୍ୟୟବରାଦ କରାଯାଇଥିବା ବେଳେ ଶ୍ରୀ ଅନ୍ନ ଅଭିଯାନ ପାଇଁ ୬୪୯ କୋଟି ଘୋଷଣା ହୋଇଛି ।