ବଡୁଛି ଚାଷୀ ଅସନ୍ତୋଷ: ଧାନବସ୍ତା ରଖି ରାସ୍ତା ରୋକ୍ କଲେ ଚାଷୀ
Khabar Odisha:Growing-farmers-dissatisfied-Again-Farmers-block-roads-in-Berhampur

ବହ୍ମପୁର, ଫେବୃଆରୀ ୧୬ (ଖବର ଓଡ଼ିଶା): ରାଜ୍ୟରେ ଚାଷୀ ମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅବହେଲା ଓ ଟୋକେନ୍ ଅବ୍ୟବସ୍ଥା ପାଇଁ ରାଜ୍ୟରେ ଦୀର୍ଘ ଦିନ ଧରି ଚାଷୀ ଅସନ୍ତୋଷ ଲାଗି ରହିଛି । 

ପ୍ରାୟ ସବୁ ଦିନ ନିଜ ହକ୍ ପାଇଁ ରାସ୍ତାକୁ ଓହ୍ଲାଉଛନ୍ତି ଅନ୍ନଦାତା । ଆଜି ପୁଣି ବ୍ରହ୍ୱପୁର ଜିଲ୍ଲାରେ ଦେଖା ଦେଇଛି ଚାଷୀ ଅସନ୍ତୋଷ । ଶହ ଶହ ଚାଷୀ ଏକାଠି ହୋଇ ରାସ୍ତାରେ ଧାନବସ୍ତା ରଖି ରାସ୍ତା ରୋକ୍ କରିଛନ୍ତି ଚାଷୀ ।

ପୁରୁଷତ୍ତୋମପୁର ଠାରୁ ଛତ୍ରପୁର ପର୍ଯ୍ୟନ୍ତ ରାସ୍ତା ରୋକ୍ କରି ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଶହ ଶହ ଚାଷୀ । ସୂଚନା ଅନୁସାରେ ଟୋକେନ୍ ଅବଧି ଶେଷ ହେଲାଣି କିନ୍ତୁ ସଂଗ୍ରହ ହୋଇ ପାରୁନି ଧାନ ଯାହାକୁ ନେଇ ବହୁ ଧାନ ନଷ୍ଟ ମଧ୍ୟ ହୋଇଗଲାଣି । ଏହି ଭଳି ଅନେକ ସମସ୍ୟା ନେଇ ଆଜି ଛତ୍ରପୁର ବ୍ଳକ୍ ବଡମାଧପୁର ପଞ୍ଚାୟତର ଶହ ଶହ ଚାଷୀ ଏକାଠି ହୋଇଛନ୍ତି ।

ଚାଷୀଙ୍କ ରାସ୍ତା ରୋକ୍ ଯୋଗୁଁ ଯାନବାହାନ ଚଳପ୍ରଚଳ ବାଧାପ୍ରାପ୍ତ ହେଉଥିବା ବେଳେ ଏପର୍ଯ୍ୟନ୍ତ କୌଣସି ଅଧିକାରୀ କିମ୍ବା ପ୍ରଶାସନ ସେମାନଙ୍କ ପାଖରେ ପହଞ୍ଚି ନଥିବା ସୂଚନା ମିଳିଛି ।

  • Tags:

Subscribe

National International State Sports Entertainment