ପ୍ରସିଦ୍ଧ ହିନ୍ଦୀ ଶାୟରୀ କବି ରାହାତ ଇନ୍ଦୋରୀଙ୍କୁ କରୋନା, ଟ୍ୱିଟ କରି ଦେଲେ ସୂଚନା
Khabar Odisha:rahat-indori-coronavirus-positive-poet-madhya-pradesh
ଇନ୍ଦୋର, ଅଗଷ୍ଟ ୧୧ (ଖବର ଓଡ଼ିଶା):

ପ୍ରସିଦ୍ଧ ହିନ୍ଦୀ ଶାୟରୀ କବି ରାହାତ ଇନ୍ଦୋରୀଙ୍କୁ କରୋନା । ମଧ୍ୟପ୍ରଦେଶର ଇନ୍ଦୋର ସହରରେ ନିଜ ପରିବାର ସହ ରହୁଥିବା ରାହାତ ଇନ୍ଦୋରୀଙ୍କୁ ବିଳମ୍ବିତ ରାତିରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ରାହତ ଇନ୍ଦୋରିଙ୍କ ପୁଅ ସତଲେଜ ଏହି ବିଷୟରେ ସୂଚନା ଦେଇଛନ୍ତି, ପରେ ରାହତ ଇନ୍ଦୋରୀ ନିଜେ ମଧ୍ୟ ଏହି ବିଷୟରେ ନିଜ ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ କରିଛନ୍ତି ।

ସତଲେଜ ଇନ୍ଦୋରିଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାହତ ଇନ୍ଦୋରୀଙ୍କୁ ଇନ୍ଦୋରର ଅରବିନ୍ଦ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଯାହାକି କୋଭିଡ ସ୍ପେଶାଲ ହସ୍ପିଟାଲ । ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ବିପଦର କୌଣସି ଆଶଙ୍କା ନାହିଁ, ରାହତ ଇନ୍ଦୋରୀ ସୁସ୍ଥ ଅଛନ୍ତି ।

ରାହତ ଇନ୍ଦୋରୀ ନିଜେ ଟ୍ୱିଟରରେ ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, କୋଭିଡର ପ୍ରାରମ୍ଭିକ ଲକ୍ଷଣ ଦେଖାଯିବା ପରେ ଗତକାଲି ମୋର କରୋନା ପରୀକ୍ଷା କରାଯାଇଥିଲା, ଯାହା ସକରାତ୍ମକ ବୋଲି ଜଣାଯାଇଛି । ମୁଁ ଅରବିନ୍ଦ ହସ୍ପିଟାଲରେ ଭର୍ତ୍ତି ହୋଇଛି, ପ୍ରାର୍ଥନା କରନ୍ତୁ ଯେ ମୁଁ ଶୀଘ୍ର ଏହି ରୋଗକୁ ପରାସ୍ତ କରିବି | ଆଉ ଏକ ବିଶେଷ ଅନୁରୋଧ ଅଛି ମୋର ଆପଣମାନଙ୍କୁ, ଏଭଳି ସମୟରେ ମୋତେ କିମ୍ୱା ମୋ ପରିବାର ଲୋକଙ୍କୁ ବାରମ୍ୱାର କଲ କରନ୍ତୁ ନାହିଁ, ମୋ ସ୍ୱାସ୍ଥବସ୍ଥା ସମ୍ପର୍କରେ ମୁଁ ଆପଣଙ୍କୁ ଏହି ଟ୍ୱିଟର ଏବଂ ଫେସବୁକରେ ବାର୍ତ୍ତା ଦେବି |

ଉଲ୍ଲେଖନୀୟ କଥା ହେଉଛି, ରାହତ ଇନ୍ଦୋରୀ ଭାରତର ଜଣେ ପ୍ରସିଦ୍ଧ କବି ହେବା ସହିତ ସେ ବଲିଉଡ ପାଇଁ ଅନେକ ଗୀତ ଲେଖିଛନ୍ତି ।  70 ବର୍ଷୀୟ ରାହାତ ଇନ୍ଦୋରୀଙ୍କର କରୋନା ନମୂନା ପଜେଟିଭ ଚିହ୍ନଟ ହେବା ପରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

  • Tags:

Subscribe

National International State Sports Entertainment